ଧାନ ଉଠାଇବା ନେଇ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମଣ୍ଡିରେ ଧାନ କିଣାଯାଉନଥିବା ନେଇ ଛତ୍ରପୁର ବ୍ଲକ ରଙ୍ଗମାଟିଆ ଗ୍ରାମର ଚାଷୀମାନେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରଙ୍ଗମାଟିଆ ଗ୍ରାମର ଚାଷୀଙ୍କ ଧାନ କିଣିବା ପାଇଁ ଖୁରିଗାଁ ସେବା ସମବାୟ ସମିତି ଓ ସିଙ୍ଗିପୁର ମା ବୁଢୀ ଠାକୁରାଣୀ ମହିଳା ସଂଘକୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମନମାନି ଯୋଗୁଁ ରଙ୍ଗମାଟିଆ ଗ୍ରାମର ଚାଷୀ ମାନଙ୍କ ଧାନ କିଣାରେ କୌଣସି ବ୍ୟବସ୍ଥା କରୁନଥିବା ଯୋଗୁଁ ଚାଷୀ ମାନେ ବାଧ୍ୟ ହୋଇ କମ ଦରରେ ସେମାନଙ୍କ ଧାନ ବିକ୍ରି କରି କ୍ଷତି ସହୁଛନ୍ତି । ଅନ୍ୟପଟେ ଗ୍ରାମର ପ୍ରାୟ ୧୩ ଜଣ ଚାଷୀଙ୍କ ଟୋକେନର ଅବଧି ଶେଷ ହୋଇଯାଇଥିବା ବେଳେ ଆଉ ଅଳ୍ପ ଦିନ ମଧ୍ୟରେ ବହୁ ଚାଷୀଙ୍କ ଟୋକେନର ଅବଧି ଶେଷ ହୋଇଯିବାର ଆଶଙ୍କା ରହିଛି । ଏଣୁ ଏହାର ସମାଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଙ୍ଗମାଟିଆ ଗ୍ରାମର ଚାଷୀ ମାନେ ଏହି ଦାବି ପତ୍ର ମାଧ୍ୟମରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ରଙ୍ଗମାଟିଆ ଗ୍ରାମର ସୁବାସ ଚନ୍ଦ୍ର ଦାଶ, ଉତ୍ତମ ଦାଶ, ଇନ୍ଦିରା ଦାଶ, ନୀଳାଂଚଳ ଦାଶ, ରାଧା ମୋହନ ଦାଶ, ଆଦିକନ୍ଦ ପଣ୍ଡା, ପିତାମ୍‌ବର ପଣ୍ଡା, ଟୁନା ରାଉଳଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ