ବିଭିନ୍ନ ପଞ୍ଚାୟତରେ ପ୍ରଚାର ଜୋରଦାର
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲା ବାଲିକୁଦାର ୩୦ଗୋଟି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାର ଦେଖିବାକୁ ମିଳିଛି । ପଞ୍ଚାୟତ ସ୍ତରର ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି । ପ୍ରତ୍ୟେକ ୱାର୍ଡ ଓ ଘରକୁ ଘର ଯାଇ ଭୋଟର୍ ମାନଙ୍କୁ ଭେଟୁଛନ୍ତି । ନିଜ ନିଜର ଚିହ୍ନ ଥିବା ପୁସିଙ୍ଗ କାର୍ଡ ଦେଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ସମସ୍ତ ଦଳ ନିଜ ନିଜର ପ୍ରଚାର ଶାନ୍ତି ଶୃଙ୍ଖଳାର ସହ ଚଳାଉଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ଫେସବୁକ ପ୍ରଚାର ଜୋରଦାର ଚାଲିଛି । କିନ୍ତୁ ଭୋଟର ମାନେ ସେ ସବୁକୁ ଫସନ୍ଦ କରୁନାହାନ୍ତି । ଆଶାୟୀ ପ୍ରାର୍ଥୀଙ୍କ ସହ ଭେଟି ଦୁଇପଦ କଥା ହେବାକୁ ବିଶେଷ ଫସନ୍ଦ କରୁଛନ୍ତି ।


