ବିଜେଡି ଓ ବିଜେପି ର ପ୍ରାର୍ଥୀ ଙ୍କ ମଧ୍ୟରେ ଜୋରଦାର ପ୍ରଚାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ରେଧୀରେ ଧୀରେ ନିର୍ବାଚନୀ ତାତି ବଢୁଛି ଆଜି ସାନଖେମୁଣ୍ଡି ବ୍ଲକ ର ୪ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬୦ ନମ୍ୱର୍ ଜିଲ୍ଲା ପରିଷଦ ଆସନ ଦଖଲ ପାଇଁ ସାନଖେମୁଣ୍ଡି ପୂର୍ବତନ ବିଧାୟକ ନନ୍ଦିନୀ ଦେବୀ ଙ୍କ ସମ୍ମାନର ପ୍ରଶ୍ନ ହୋଇପଡିଛି I ଏହି ଜୋନ ଟି ୬ ଟି ପଞ୍ଚାୟତ ଚୁଡଙ୍ଗପୂର୍, ପି.ରାମଚନ୍ଦ୍ରପୁର, ଏସ.ଗୋପାଳପୁର, ଗଙ୍ଗାପୁର, ଆମ୍ବ ଗାଁ, ମୌଲାଭଞ୍ଜା ପଂଚାୟତ କୁ ନେଇ ଗଠିତ ହୋଇଛି I ଗତ ୨୦୧୭ ରେ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ ଲଢେଇ ହୋଇଥିବା ବେଳେ ବିଜେଡି କୁ ୪୯୦୦ ଖଣ୍ଡ ଭୋଟରେ ହରାଇ ବିଜେପି ତରଫରୁ ଗଦାଧର ସ୍ୱାଇଁ ବିଜୟୀ ହୋଇ ଗଡ ଅତିଆର କରିଥିବା ବେଳେ ପୁର୍ନବାର ଏହି ଜୋନ କୁ ଦଖଲ ପାଇଁ ଜୋରଦାର ପ୍ରୟାସ କରୁଛି ଦଳ I ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ କେ.ହେମଲତା ଦୋରା ପ୍ରାର୍ଥୀ ହୋଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅଣ୍ଟା ଭିଡିଛନ୍ତି I ଦଳକୁ ଜିତାଇବା ପାଇଁ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଗଦାଧର ସ୍ୱାଇଁ ନିଜ୍ କର୍ମୀ ମାନଙ୍କୁ ନେଇ ଜୋରଦାର ପ୍ରଚାର କରିବା ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି I ସେପଟେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଗଙ୍ଗାପୁର ପଞ୍ଚାୟତ ସମିତି ସଭ୍ୟ ମାମିନି ପାତ୍ର ଜିତାଇବା ପାଇଁ ଦଳ ପକ୍ଷରୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଚାର ମଙ୍ଗ ଧରିଛନ୍ତି । ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ ଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରଚାର କୁ ଓହ୍ଲାଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତ ବାସୀଙ୍କୁ ସଚେତନ କରାଇବା ସହ ଭୋଟ ପାଇଁ ନିବେଦନ କରୁଥିବା ବ୍ଦେଖିବାକୁ ମିଳିଛି I ଉଭୟ ବିଜେପି, ବିଜେଡି ପ୍ରତାପଗିରି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଶୁଭାରମ୍ଭ କରି ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରଚାର ଶୁକ୍ରୁବାର ରୁ ଆରମ୍ଭ କରିବାପାଇଁ ଯୋଜନା କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ