ସହଯୋଗର ହାତ ବଢାଉଛନ୍ତି ଯୁବଗୋଷ୍ଠୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜିବି ମାନବିକତା ବଚିଂ ରହିଛି । ଏପରି ଏକ ମହତ୍ୱକାର୍ଯ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତେଲୁଗୁନୁଆଁଗା ଗ୍ରାମରେ । ଖାଇବାକୁ ଦିଓଳି ଠିକସେ ପାଉନଥିବା ସହ କର୍କଟ ରୋଗରେ ପିଡିତା ଝୁନୁ ଦାସଙ୍କୁ ସହଯୋଗର ହାତ ବଢାଉଛନ୍ତି ଗ୍ରାମର ଯୁବ ଗୋଷ୍ଠୀ । ଛତ୍ରପୁର ବ୍ଲକ ଅଗସ୍ତିନୁଆଁଗା ପଚାଂୟତର ଝୁନୁ ଦାସଙ୍କ ପରିବାର । ସ୍ୱାମୀ ଅଭି ଦାସ କିଛି ବର୍ଷ ପୂର୍ବେ ଆର ପାରିରେ । ପରିବାର କହିଲେ ତିନି ଝିଅ ଓ ଏକ ବୃଦ୍ଧା ଶାଶୁ । ବଡ ଝିଅ ବହୁ କଷ୍ଟରେ ବିବାହ କରିଦେଇଛନ୍ତି । ଏବେ ଘରେ ଦୁଇ ଝିଅ ଓ ଶାଶୁ ଘରେ ରହୁଛନ୍ତି । ଏପରିକି ଶାଶୁ ଚନ୍ଦ୍ରୁଦାସ ସେଏବି ବହୁ ରୋଗରେ ପଡିତ ହୋଇ ଘରେ ରହୁଥିବା ବେଳେ ଏବେ ଝୁନୁ ବି କର୍କଟ ରୋଗରେ ଆକ୍ରାନ୍ତ । ସତେ ଯେପରି ଝୁନୁଙ୍କ ପରିବାର ଉପରେ ଦୁଃଖର ସାଗର ମାଡି ଆସିଲା । ଝୁନୁ ଦିନ ମଜୁରିଆ ହୋଇ କାମ କରି ପରିବାର ଚଲାଉଥିବା ବେଳେ ଏବେ ରୋଗରେ ପିଡିତ ହୋଇ ଘରେ ବସି ରହିଛନ୍ତି । ଘରେ ଦୁଇ ଦୁଇ ରୋଗୀ ରହିଥିବା ବେଳେ ଘର ଚଳିବା ଏକ ପ୍ରକାର କଷ୍ଟକର ହେବା ସହ ଚିକିତ୍ସା ହେବାତ ଦୂରର କଥା । ସାନ ଝିଅ ପୂଜା ଏବେ ଦିନ ମଜୁରିଆ ହୋଇ କାମ କରୁଥିବା ବେଳେ ସେଥିରେ ଘର ଚଳିବା କଷ୍ଟକର । ଏହି ପରିସ୍ଥିତିରେ ଗ୍ରାମର ଯୁବ ଗୋଷ୍ଠୀ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ପଚାଂୟତର ଯୁବ ନେତା ତଥା ସମାଜସେବୀ ବାପି ଦାସ ଝୁନୁଙ୍କ ବିଷୟରେ ଜାଣିବାପରେ ତୁରନ୍ତ ଝୁନୁଙ୍କ ଘରେ ପହଂଚିଥିଲେ । ସେ ନିଜ ସମର୍ଥ ଅନୁସାରେ ପ୍ରଥମେ ୨୦ ହାଜର ଟଙ୍କା ଆର୍ଥିକ ସାହାର୍ଯ୍ୟ କରିଥିଲେ ପରେ ପରେ ପୁଣି ଗ୍ରାମର ଅକ୍ଷୟ ସ୍ୱାଇଁ ମଧ୍ୟ ପହଂଚି ଝୁନୁଙ୍କୁ ୫ ହଜାର ଟଙ୍କା ସାହାର୍ଯ୍ୟ କରିଛନ୍ତି । ଆଗାମି ଦିନରେ ପ୍ରଶାସନ ପକ୍ଷରୁ କିପରି ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ମିଳିବ ସେନେଇ ପ୍ରଶାସନକୁ ନିବେଦନ କରିବା ସହ ଅନ୍ୟମାନେ ମଧ୍ୟ ଝୁନୁଙ୍କୁ ସହଯୋଗ କରିବା ପାଇଁ ଯୁବ ଗୋଷ୍ଠୀ ପକ୍ଷରୁ ନିବେଦନ କରାଯାଇଛି । ମା ଝୁନୁ କର୍କଟ ରୋଗରେ ପିଡିତ ହେବା ସହ ଓ ଜେଜେ ମା ଚନ୍ଦ୍ରୁୁ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଘରେ ବସି ରହିଛନ୍ତି । ଘର ଚଳିବା ସହ ଚିକିତ୍ସା କରିବା କଷ୍ଟକର ହୋଇପଡୁଥିବା ଝିଅ ଆଶାଲତା କହିଛନ୍ତି । ଶେଷରେ ବାଧ୍ୟହୋଇ ସାନ ଭଉଣୀ ପୂଜା ଏବେ ଦିନ ମଜୁରି ଭାବେ କାମ କରୁଥିବା ବେଳେ ବହୁ ଋଣ କରି ଏହି ଦୁଇ ଜଣକ ଚିକିତ୍ସା କରାଯାଉଛି ବୋଲି କହିଥିଲେ । ସେହିପରି ଝୁନୁ ଏବେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଘରେ ଦୁଇ ରୋଗୀ ରହିଥିବା ବେଳେ ଦୁଇଟି ବଢିଆ ଝିଅ । ଦି ଓଳି ଖାଇବା ଜୋଗାଡ କରିବା କଷ୍ଟକର ହୋଇପଡିଥିବା କୋହଭରା କଣ୍ଠରେ କହିଛନ୍ତି । ଗ୍ରାମବାସୀମାନେ କିଛି ସାହାର୍ଯ୍ୟ କରିଛନ୍ତି । ଯଦି ସରକାର କିଛି ଆର୍ଥିକ ସାହାର୍ଯ୍ୟ କରିଥାନ୍ତା ତାଙ୍କର ଉତମ ଚିକିତ୍ସା ହୋଇପାରିଥାନ୍ତା ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ