ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ପଞ୍ଚାୟତରାଜ ମନ୍ତ୍ରୀ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଘଟିଲା ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ସୁଦୃକୁମ୍ପା ନିକଟ ଭେଟ୍ କୋଲ୍ ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ । ହେଲେ ଭେଟ୍ କୋଲ୍ ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଗାଡ଼ି ରାସ୍ତା କଡ଼କୁ ଖସିଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏବେ ଯାଏଁ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।


