ପ୍ରଚାର ମଇଦାନ କୁ ଓହ୍ଲାଇଲେ ବିଜେଡି ସଭାପତି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୬୦ ନମ୍ବର ଜୋନର ପ୍ରଚାର ନିମନ୍ତେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚାଉପଟନାୟକ ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି । ୬୦ ନମ୍ୱର୍ ଜୋନର ଗଙ୍ଗାପୁର, ଚୁଡ଼ଙ୍ଗପୁର ପଞ୍ଚାୟତ ର ସମସ୍ତ ଗ୍ରାମରେ ସୋମବାର ବିଜୁ ଜନତା ଦଳର ଜିଲ୍ଲପରିଷଦ ପ୍ରାର୍ଥୀ ମମୀନୀ ପାତ୍ର ଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି l ଏହି ପ୍ରଚାର କାର୍ଯ୍ୟକ୍ରମ ରେ , ମୁଖ୍ୟ ଅତିଥି ଭାବେ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳ ଉପଦେଷ୍ଟା ନନ୍ଦିନୀ ଦେବୀ, ଭୁବନେଶ୍ୱର ବିଧାୟକ ତଥା ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା, ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ରମେଶଚନ୍ଦ୍ର ଚାଉପଟନାୟକ , ପ୍ରଚାର କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ,ଗଞ୍ଜାମ ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ,ବ୍ଲକ ସଭାପତି ନୀଳମାଧବ ରାଉତ ପ୍ରମୁଖ ସରକାରଙ୍କ ଜନମଙ୍ଗଲ ଯୋଜନା ଜନସାଧାରଣ ଙ୍କୁ ବୁଝାଇଥିଲେ। ବିପୁଳ ଭୋଟ ରେ ଶଙ୍ଖ ଚିହ୍ନ ରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି।ବ୍ଲକ ତଥା ପଞ୍ଚାୟତ ର ଯୁବ ଛାତ୍ର ,ମହିଳା ଦଳୀୟ କର୍ମୀ ପ୍ରଚାର ରେ ସାମିଲ ହୋଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ