ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଟିକାକରଣ
ଛତ୍ରପୁର, (ଦେବଦତ୍ତ ମହାରଣା) :-କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଅପରିହାର୍ଯ୍ୟ । କରୋନାର ଲହରକୁ ମୁକାବିଲା କରିବା ପାଇଁ ଟିକା ଓ ମାସ୍କର ଗୁରୁତ୍ୱ ଅଧିକ ରହିଛି । ଆଜି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ କିପରି ସହଜରେ ଟିକାକରଣ ହୋଇପାରିବ ସେନେଇ ବ୍ୟବସ୍ଥା କରାଯାଇଥିଲା । ଏହି ପରିପେକ୍ଷୀରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଟିକାନେଇଥିଲେ । ସେଥିରୁ ୩ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୨୨ଜଣ ଛାତ୍ରଛାତ୍ରୀ ୨ୟ ଡୋଜ ଟିକା ନେଇଥିଲେ । ସେହିପରି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଏବେ ନିର୍ବାଚନୀ ତାଲିମ ପ୍ରଦାନ କରାଯାଉଥିବା ବେଳେ ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ( ପ୍ରିକସନ) ଟିକାକରଣ ଦିଆଯାଇଛି । ୧୨୭ ଜଣ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ( ପ୍ରିକସନ) ଟିକାକରଣ କରାଯାଇଥିବା ଛତ୍ରପୁର ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୁପେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।


