ପଶ୍ଚିମ ବଙ୍ଗର ଦମ୍ପତିଙ୍କ ପୋଷ୍ୟ କନ୍ୟା ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣକାରୀ କେନ୍ଦ୍ରରୁ ଏକ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ପାଇଁ ପଶ୍ଚିମ ବଙ୍ଗର ଏକ ଦମ୍ପତି ପୂର୍ବରୁ ଅନ୍ଲାଇନ୍ ଜରିଆରେ ପୋଷ୍ୟ ସମ୍ବଳ ସଂସ୍ଥାକୁ ଦରଖାସ୍ତ କରିଥିଲେ । ତାଙ୍କ ଦରଖାସ୍ତ ଓ ସମସ୍ତ ପ୍ରମାଣ ପତ୍ରକୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥା ଅନୁମୋଦନ କରିବାପରେ ସୂଦୁର ପଶ୍ଚିମବଙ୍ଗରୁ ଉକ୍ତ ଦମ୍ପତି ଗଜପତିକୁ ଆସି ଶିଶୁକୁ ଦେଖି ପସନ୍ଦ କରି ଗଲାପରେ ତାଙ୍କ ଦରଖାସ୍ତକୁ ଜିଲା ପୋଷ୍ୟ ସନ୍ତାନ ଯାଞ୍ଚକମିଟି ଯାଞ୍ଚ କରିଥିଲେ । ପରେ ଉକ୍ତ ଦମ୍ପତିଙ୍କୁ ଶିଶୁକନ୍ୟା ପୋଷକ ଏବଂ ଯତ୍ନ ପାଇଁ ଅନୁମୋଦନ କରିଥିଲେ । ଗତ ୧୧.୧୧.୨୦୧୯ତାରିଖରେ ଉକ୍ତ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁକନ୍ୟାକୁ ପୋଷକ ଯତ୍ନ ପାଇଁ ଗ୍ରହଣ କରିବା ନିମନ୍ତେ ଗଜପତିରେ ପହଞ୍ଚିଥିଲେ । ଗଜପତି ଜିଲାପାଳ ଅନୁପମ ସାହା ଉକ୍ତ ଦମ୍ପତିଙ୍କୁ ଜିଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ କନ୍ୟାଙ୍କୁ ହସ୍ତାନ୍ତର କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ କଲ୍ୟାଣ ସମିତିର ସଭ୍ୟ ହିରଣ୍ୟ ରାୟ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁସ ସୂର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।


