ପ୍ରକାଶ ଜେନାଙ୍କ ନିସର୍ତ୍ତ ଖଲାସ ଦାବି

ଜଗତସିଂହପୁର, (ଅନସୂୟା ରାଉତ) :- ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ପ୍ରକାଶ ଜେନା ଆଜି ଭୁବନେଶ୍ୱର ରୁ ବସରେ ଘରକୁ ଫେରିବା ସମୟରେ ବାଟରେ ପୋଲିସ ଗିରଫ କରିଛି । ଶ୍ରୀ ଜେନା ପୂର୍ବରୁ ପୋସ୍କୋ ବିରୋଧୀ ଆନ୍ଦୋଳନ ସହିତ ସଂଯୁକ୍ତ ଥିଲେ, ଏବେ ଜିନ୍ଦଲ କମ୍ପାନୀ କୁ ବିରୋଧ କରୁଛନ୍ତି । ତେଣୁ ଜିନ୍ଦଲ କମ୍ପାନୀର ସ୍ଵାର୍ଥ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ମିଥ୍ୟା କେଶ୍ ରେ ଗିରଫ କରୁଛି । ସେ ଅଞ୍ଚଳରେ ଆତଙ୍କ ରାଜ ,ଦମନ ଲୀଳା ଚଳାଇଛି। ପୋଲିସ ର ଏହି ଅଗଣତାନ୍ତ୍ରିକ ଗିରଫ ଦାରୀ କୁ ଏସ ୟୁ ସି ଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୁବାସ ସ୍ଵାଇଁ, ସଦାଶିବ ଦାସ, ପ୍ରଦୀପ୍ତ ରାମ, ମହେଶ୍ୱର ଦାସ ମଙ୍ଗୁଳି ଦାସ ପ୍ରମୋଦିନୀ ମିଶ୍ର ଦୃଢ଼ ନିନ୍ଦା କରୁଚୁ ଏବଂ ପ୍ରକାଶ ଜେନା ଙ୍କୁ ଅବିଳମ୍ବେ ନିସର୍ତ୍ତ ଖଲାସ ପାଇଁ ଦାବି କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ