ମିଶନ ଶକ୍ତି ଫୁଡ କୋର୍ଟକୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମିଶନ ଶକ୍ତିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଛତ୍ରପୁର ନୂତନ ବସ ଷ୍ଟାଣ୍ଡ ଠାରେ ଛତ୍ରପୁର ଏନଏସି ପକ୍ଷରୁ ଏକ ଫୁଡ କୋର୍ଟ ର ଶୁଭାରମ୍ଭ କରାଯାଇଥିଲା । ଶୁକ୍ରବାର ଏହି ଫୁଡ କୋର୍ଟକୁ ପରିଦର୍ଶନ କରି ସ୍ୱଚ୍ଛତା ଏବଂ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି ଫୁଡ କୋର୍ଟରେ ବ୍ୟବସାୟ କରୁଥିବା ଏସଏଚଜି ମହିଳା ମାନଙ୍କ ବ୍ୟବସାୟ କିପରି ଚାଲିଛି ତାର ମଧ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁ, ଛତ୍ରପୁର ବ୍ଲକ ଓଡିଶା ଜିବିକା ମିଶନର ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ