ବିପିନ ବିହାରୀ ପାଠାଗାରରେ ସାହିତ୍ୟ ଆସର

ଜଟଣୀ,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ: ବିପିନ ବିହାରୀ ପାଠାଗାର, ଜଟଣୀ ଆନୁକୂଲ୍ୟରେ ଅଦ୍ୟ ‘ବସନ୍ତ’ ଉପରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅମର ବ୍ୟକ୍ତିତ୍ୱ ସୁଶ୍ରୀ ଲତାମଙ୍ଗେସ୍କର, କଣ୍ଠ ସାମ୍ରାଜ୍ଞୀ, ଶାସ୍ତ୍ରୀୟ ବ୍ୟକ୍ତିତ୍ୱ ଦାମୋଦର ହୋତା ଓ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ଆତ୍ମାର ସଦଗତି କାମନା କରି ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥୁ ଅନ୍ତେ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ସମ୍ୟକ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ବାର୍ଷିକୋତ୍ସବ ଏପ୍ରିଲ ପହିଲା ନିକଟେଇ ଆସୁଥିବାରୁ ତା’ର କାର୍ଯ୍ୟକ୍ରମ ଉପରେ ବିଶଦ ଆଲୋଚନା ହୋଇଥିଲା ଏବଂ ସେ ନେଇ କେତେକ କାର୍ଯ୍ୟପନ୍ଥା ନିଣ୍ଣ ର‌୍ୟ କରାଗଲା ।
ପରେ ପରେ ସୁଶ୍ରୀ ସୌଦାମିନୀ ବେହେରାଙ୍କ ସଂଯୋଜନାରେ ‘ବସନ୍ତ’ ଉପରେ ଏକ ସାହିତ୍ୟ ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ପ୍ରମୋଦ ମହାନ୍ତି, ଶିବପ୍ରସାଦ ଖୁଣ୍ଟିଆ, ପ୍ରହ୍ଲାଦ ସ୍ୱାଇଁ, ତ୍ରିଲୋଚନ ମହାପାତ୍ର, ସୁକାନ୍ତି ମହାପାତ୍ର, ପଦ୍ମଲୋଚନ ସାହୁ, ଆଦିନାରାୟଣ ଖଣ୍ଡୁଆଳ, ପଦ୍ମନାଭ ପାଣିଗ୍ରାହୀ, ଦେବନାଥ ଦାସ, ଆରତୀ ସେନ୍‌, ଚକ୍ରଧର ରଥ, ରବୀନ୍ଦ୍ର କୁମାର ରାଉତରାୟ ଓ ଜଗଦୀଶ ମହାପାତ୍ର ଯୋଗ ଦେଇଥିଲେ । ସଭାପତିତ୍ୱ କରିଥିଲେ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି ଓ ଶେଷରେ ଧନ୍ୟବାଦ ଦେଇଥିଲେ ରଶ୍ମିତା ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ