ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମରେ ମାମଲା ଘଟଣା…
ହାଟଡିହି, (ବିକାଶ ବିଶ୍ୱାଳ ) :-ନାମାଙ୍କନପତ୍ର ଦାଖଲ ସମୟରେ ଦାଖଲ କରିଥିବା ମିଥ୍ୟା ସତ୍ୟପାଠ ମାମଲାରେ ଗତକାଲି ରାତିରେ ବିଜେପି ପ୍ରାର୍ଥୀ ବିବେକାନନ୍ଦ ରାଉତ ଥାନାରେ ହାଜିର ହୋଇ ନିଜ ମତ ରଖିଛନ୍ତି । ସେ କହିବାନୁଯାଇ ୨୦୦୭ରେ ମାମଲା ରୁଜୁ ହୋଇଥିବାବେଳେ ଏହା ୨୦୧୪ରେ ଶୁଣାଣି ହୋଇଥିଲା । ତାଙ୍କୁ କୌଣସି ଜେଲଦଣ୍ଡ କିମ୍ବା ଜୋରିମାନା ମଧ୍ୟ ହୋଇ ନଥିଲା । ତେଣୁ ଯାହା ତଥ୍ୟ ଥିଲା ସେ ସମସ୍ତ ତଥ୍ୟ ସତ୍ୟପାଠରେ ଉଲେଖ କରିଛନ୍ତି ବୋଲି କହିଛନ୍ତି । ଯାଞ୍ଚ ସମ୍ରରେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଏନେଇ ଅଭିଯୋଗ କରିଥିବାବେଳେ ଯାଞ୍ଚରେ ତାଙ୍କ ନାମାଙ୍କନକୁ କାଏମ ରଖାଯାଇଥିବାବେଳେ ଏବେ କାହିଁକି ମାମଲା ରୁଜୁକରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ନେତା ଆଲୋକ ସେଠୀ କହିଛନ୍ତି ଯେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଏକ ସୁଚିନ୍ତିତ ପ୍ରାୟୋଜିତ ମାମଲା ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି । ୩୪ନଂ ଜୋନରେ ଶାସକ ଦଳର ପରାଜୟର ଭୟ ଯୋଗୁଁ ଏପରି ଏକ ଅଭିଯୋଗ କରାଯାଇ ତାଙ୍କୁ ଜଘଣ୍ୟ ଅପରାଧି ଭାବେ ଥାନାକୁ ଡକାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ୩୪ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ନାମରେ ମିଥ୍ୟା ସତ୍ୟପାଠ ଦାକଲ ଅଭିଯୋଗ କରି ଆନନ୍ଦପୁର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । ସେନେଇ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ ହେବାସହ ବିବେକାନନ୍ଦ ରାଉତଙ୍କୁ ପୁଲିସ ଗତକାଲି ଥାନାରେ ହାଜର ହୋଇ ନିଜର ବୟାନ ଦେବାକୁ ନୋଟିସ କରିଥିଲେ ।


