ପ୍ରାକ୍ତନ ସରପଞ୍ଚ ଗୁରୁତର : ଆକ୍ରମଣକାରୀ ଗିରଫ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ପୂର୍ବ ଶତୃତାକୁ କେନ୍ଦ୍ର କରି ଶୁକ୍ରବାର ହିଞ୍ଜିଳି ଥାନା ଦୟାପଲ୍ଲୀ  ଗ୍ରାମରେ ଏକ ଅଘଟଣ ଘଟିଛି । କୋଡିରେ ଆକ୍ରମଣ କରିବାରୁ ହିଞ୍ଜିଳିକାଟୁ ବ୍ଳକ ଦୟାପଲ୍ଲୀ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବି. ଆପେୟା (୭୨) ଗୁରୁତର ଆହତ ହୋଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୮୮/୨୨ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଜଣକ ସେହି ଗ୍ରାମର ଭାଣ୍ଡି ଦାମୋଦର (୭୭) ।  ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଆପେୟା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ଦାମୋଦର ଧରିଥିବା ଏକ ଠିଆ କୋଡିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରାକ୍ତନ ସରପଞ୍ଚ ଆପେୟା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିପକ୍ଷ ଗୋଷ୍ଠୀ ଚକ୍ରାନ୍ତ କରି ଦାମୋଦରଙ୍କୁ ସହାୟତାରେ ଆକ୍ରମଣ କରିଥିବା ନେଇ ଆପେୟା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ