ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ପ୍ରତିନିଧି ମନୋନୀତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବାଲେଶ୍ୱରର ସମସ୍ତ ସଂସ୍କୃତି ମହାବିଦ୍ୟାଳୟ ପରିଚାଳନା କିମଟିରେ କୁଳପତିଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ବରିଷ୍ଟ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି । ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୦୦୧ ବିଧି ଅନୁଯାୟୀ କୁଳପତିଙ୍କ ସୁପାରିସ କ୍ରମେ କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି । ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବାଲେଶ୍ୱର ଜିଲାର ‘ଇନଷ୍ଟିଚ୍ୟୁଟ ଅଫ ନେଚର କିଓର ଏଣ୍ଡ ଯୋଗିକ ସାଇନ୍ସ’, ଗୁରୁ ହରେକୃଷ୍ଣ ବେହେରା କଲେଜ ଅଫ ଆର୍ଟ ଏଣ୍ଡ ଜଲଚର, ଓଡ଼ିଶା ଏକାଡେମୀ ଫର ସୋସିଆଲ ଏଣ୍ଡ ଇଣ୍ଟିଗ୍ରେଟେଡ ଷ୍ଟଡିଜ (ଓଏସିସ), ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜ, ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ବାଲେଶ୍ୱର, ଇଣ୍ଟରନ୍ୟାସନାଳ ଇନଷ୍ଟିଚ୍ୟୁସନ୍ସ ଅଫ ହୋଟେଲ ଏଣ୍ଡ ଟୁରିଜିୟମ ମ୍ୟାନେଜମେଣ୍ଟ ପ୍ରଭୃତିର ଶିକ୍ଷାନୁଷ୍ଠାନ ପରିଚାଳନା କମିଟିରେ ଶ୍ରୀ ମହାନ୍ତି କୁଳପତିଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଦୀର୍ଘ ୪୦ବର୍ଷର ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ମିଳିଛି ।


