ଟୁଲଙ୍କସାହିରେ ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପ୍ରତି ଗ୍ରାମାଞ୍ଚଳମାନଙ୍କରେ ଆଦର୍ଶ ଆଚରଣ ବିଧି ଲୁଗୁ ହୋଇଥିବା ବେଳେ କରଞ୍ଜିଆ ପଞ୍ଚାୟତରେ ଏହାର ଉଲଂଘନ ନେଇ ଅଭିଯୋଗ ହୋଇଛି । କରଞ୍ଜିଆ ପଞ୍ଚାୟତର ୧ନଂ ୱାର୍ଡ଼ ଟୁଲଙ୍କସାହିରେ ଭୋଟ ହାତେଇବା ପାଇଁ ଜନୈକ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଆଚରଣ ବିଧି ଉଲଂଘନ କରିଥିବା କେତେକ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ପ୍ରାର୍ଥୀ ଜଣଙ୍କ ଏହି ୱାର୍ଡ଼ର ରାସ୍ତାପାଶ୍ୱର୍ ନାଳ ନିର୍ମାଣ ପାଇଁ ଟଙ୍କା ଆସିଛି କହି ଜେସିବିରେ କିଛି ଲୋକଙ୍କ ଘର ସମ୍ମୁଖ ସିମେଣ୍ଟ ସ୍ଲାବକୁ ଭାଙ୍ଗି ଦେଇଛି । ଏଭଳି କିଛି ପ୍ରକଳ୍ପ ନଥିବା ବେଳେ ସମ୍ପୃକ୍ତ ପ୍ରାର୍ଥୀ ୨୪ ତାରିଖର ନିର୍ବାଚନ ପୂର୍ବରୁ ଏଭଳି ଭଙ୍ଗାରୁଜୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ କହିଛନ୍ତି । ଏହାର ତଦନ୍ତ ସହ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଜିଲାପାଳଙ୍କଠାରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ