ମକ ଅନଲାଇନ ମାଧ୍ୟମରେ ଭୋଟ ଗଣତି ପାଇଁ କର୍ମଚାରୀଙ୍କୁ ତାଲିମ
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ବିଭିନ୍ନ ଭୋଟ ଗଣତି କେନ୍ଦ୍ରଗୁଡିକରେ ସମସ୍ତ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ର ହାଇସ୍କୁଲ ଠାରେ ବ୍ଲକର ତିନି ଜୋନର ଶାନ୍ତି ଶୃଙ୍ଖଳାର ସହ କିଭଳି ଭୋଟ ଗଣତି କରାଯିବ । ସେଥିପାଇଁ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀମାନଙ୍କୁ ଆଜି ବ୍ଲକ ନିର୍ବାଚନ ଅଧିକାରୀ ବିଡ଼ିଓ ତପସ୍ପିନି ହଂସଦା ଓ ଜିପିଇ ନରସିଂଙ୍ଗ ମାଣ୍ଡାଙ୍ଗି ଙ୍କ ଉପସ୍ଥିତିରେ ମକ ଅନଲାଇନ ମଧ୍ୟମରେ ତାଲିମ ଦିଆଯାଇଛି । କିଭଳି ଭୋଟ ଗଣତି କରିବେ କୋଣସୀ ପ୍ରକାର ବିଶୃଙ୍ଖଳା ହେବନି ଏହା ସହ ପ୍ରଥମ ପର୍ଯ୍ୟାୟରେ ଅଡ଼ବା ଜୋନ ର ଗଣତି ହେବ ଅଡ଼ବା ଜୋନ ରେ୧୫ଟି ପଞ୍ଚାୟତ ରହିଥିବା ବେଳେ ଏହାକୁ ଗଣିବା ପାଇଁ୧୫ଟି ଷ୍ଟଲ ରଖା ଯାଇଛି I ଏହା ସହ ପୋଲିସ ପ୍ରଶାସନ ଙ୍କୁ ମଧ୍ୟ ସଜାଗ ରହିବା ପାଇଁ ନିଦେଶ ଦିଆ ଯିବା ସହ ବିଭିନ ଦିଗରୁ ହିଂସା ଓ ଗଣ୍ଡଗୁଳ ହେବାର ଆଶଙ୍କା ରହିଥିବା ରୁ ଅଧିକ ପୋଲିସ ମୃତୟନ ପାଇଁ ଜିଲ୍ଲା ପାଳଙ୍କୁ ଚିଠି କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି I


