ହେମାନନ୍ଦଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ଷିୟାନ, ପ୍ରବୀଣ ରାଜନୀତିଜ୍ଞ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ କେନ୍ଦ୍ରାପଡା ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ସମ୍ପାଦକ ସୁଶିଲ କୁମାର ସାମଲ, ଧରଣୀଧର ସୁଆର, ଭ୍ରମରବର ରାଉତ, ମହେନ୍ଦ୍ର କୁମାର ପରିଡା, ଶରତ କୁମାର ବେହୁରା, ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, ଗାୟତ୍ରୀ ମହାନ୍ତି, ଫକିର ଚରଣ ଖଟୁଆ ପ୍ରମୁଖ ଟ୍ରଷ୍ଟିମାନେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସହିତ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସହିତ ଘନିଷ୍ଠତା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ବହୁମୂଖୀ ପ୍ରତିଭା ସମ୍ପର୍କରେ ମତବ୍ୟକ୍ତ ରଖିଥିଲେ । ବିଶେଷ କରି ୧୯୯୯ ମହାବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଥାଇ କେନ୍ଦ୍ରାପଡା, ମହାକାଳପଡା, ମାର୍ଶାଘାଇ ପ୍ରଭୃତି ଅଞ୍ଚଳ ବୁଲି ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରିଥିଲେ । ପ୍ରଥମେ ସ୍ୱର୍ଗତ ବିଶ୍ୱାଳଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ