୧୪ନଂ.ଜୋନ୍ରେ ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କ ବାଜିମାତ୍
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୧୪ନଂ.ଜୋନ୍ ଅଧିନ ୯ ପଞ୍ଚାୟତରେ ଭୋଟଗଣତିର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି । ଜୋନ୍ର ସମସ୍ତ ପଞ୍ଚାୟତରେ ବିଜେଡି ସମର୍ଥୀତ ସମିତି ସଭ୍ୟ ଓ ୬ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି । ସେହିପରି ଗୋଟିଏ ପଞ୍ଚାୟତରେ କଂଗ୍ରେସ, ୨ ପଞ୍ଚାୟତରେ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ମିଳିଛି । ସମିତି ସଭ୍ୟ ଆସନରେ ଆଡିଆରେ ପ୍ରମିଳା ଭୂୟାଁ ୨୪୪ ଖଣ୍ଡ, ଅଣିଜୋରେ ଅତସ୍ମିତା ରାଉତ ୬୮୭ ଖଣ୍ଡ, ବିଟିପୁରରେ ଜ୍ୟୋତିର୍ମୟୀ ପଣ୍ଡା ୫୪୨ ଖଣ୍ଡ, ଚାରିଗାଁରେ ଧରଣୀଧର କର ୯୩୦ ଖଣ୍ଡ, ଗୋପିନାଥପୁରରେ ମନରଞ୍ଜନ ଘଡେଇ ୨୪୩୦ ଖଣ୍ଡ, ମହାନ୍ତିପଡାରେ ନିର୍ମଳ ଚନ୍ଦ୍ର ନାୟକ ୩୫୯ ଖଣ୍ଡ, ରାମଚନ୍ଦ୍ରପୁରରେ ଚପଳା ଜେନା ୫୯ ଖଣ୍ଡ, ପୁରୁଷଣ୍ଢରେ ସୁଶୀଳା ଜେନା ୩୩୬ ଖଣ୍ଡ, ବଡମହିଷଗୋଠରେ ପଦ୍ମାବତୀ ନାଥଶର୍ମା ୮୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ସରପଞ୍ଚ ଆସନରେ ଆଡିଆରେ ମିନା କୁମାରୀ ଜେନା ୯୮ ଖଣ୍ଡ, ଅଣିଜୋରେ ମାଳତୀଲତା ପୃଷ୍ଟି ୧୬ ଖଣ୍ଡ, ବିଟିପୁରରେ ସୁଭଦ୍ରା ସିଂ ୧୨୧ ଖଣ୍ଡ, ବଡମହିଷଗୋଠରେ ବିନୋଦିନୀ ମହାନ୍ତି ୧୨ ଖଣ୍ଡ, ଚାରିଗାଁରେ ଗୀତିକା ଭୋଇ ୬୫୯ ଖଣ୍ଡ, ଗୋପିନାଥପୁରରେ ସବିତାରାଣୀ ନାୟକ ୮୧୭ ଖଣ୍ଡ, ମହାନ୍ତିପଡାରେ ନିହାର ରଞ୍ଜନ ପଣ୍ଡା ୫୪୮ ଖଣ୍ଡ, ପୁରୁଷଣ୍ଢରେ ପ୍ରକାଶ କୁମାର ବିଶ୍ୱାଳ ୨୦୨ ଖଣ୍ଡ, ରାମଚନ୍ଦ୍ରପୁରରେ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ୧୧୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ସମଗ୍ର ବ୍ଲକର ନିର୍ବାଚନକୁ ପ୍ରତ୍ୟେକ୍ଷ ଭାବେ ପରିଚାଳନା କରୁଥିଲେ । ସମସ୍ତ ବିଜୟୀ ପ୍ରାର୍ଥୀ ମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।


