ଛତ୍ରପୁର ୨୧ ନଂ ଜୋନ୍ ରେ ବିଜେଡିର ଛବିତା ବେହେରା ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଛତ୍ରପୁର ବ୍ଲକ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚଳିତ ମାସ ୨୦ ତାରିଖରେ ଶେଷ ହୋଇଥିଲା । ଛତ୍ରପୁର ବ୍ଲକର ୨୧ ନଂ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୬ ଟି ପଂଚାୟତ ବିପୁଳିଙ୍ଗି, ଭିକାରିପଲ୍ଲୀ, ବଉଳଗାଁ, ମହାନାଦପୁର, ପୋଟ୍ଟଲାମପୁର ଓ ବଡମାଧପୁର ର ଭୋଟ ଗଣତି ସୋମବାର ଶେଷ ହୋଇଛି । ଛତ୍ରପୁର ବ୍ଲକ ପରିସରରେ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯାଇଥିଲା । ଏହି ଜୋନ୍ ରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଛବିତା ବେହେରା ୧୪୯୦୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ପାର୍ଟିର ପ୍ରମିଳା ସେଠୀ ୬୪୩୫ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବଉଳଗାଁ ପଂଚାୟତର ସରପଂଚ ଭାବେ ପ୍ରତିମା ଦାସ ଓ ସମିତିସଭ୍ୟ ଭାବେ ରାମଚନ୍ଦ୍ର ପରିଡା ଭୋଟ ପାଇ ବିଜୟୀ ହୋଇଥିବା ବେଳେ ମହାନାଦପୁର ପଂଚାୟତର ସରପଂଚ ଭାବେ ରବୀନ୍ଦ୍ରନାଥ ରାଉଳ ଓ ସମିତିସଭ୍ୟା ଭାବେ ସୁନିତା ବେହେରା ବିଜୟ ହାସଲ କରିଛନ୍ତି । ଭିକାରିପଲ୍ଲୀ ପଂଚାୟତରେ ସରପଂଚ ଭାବେ ମମତା ସୁବୁଦ୍ଧି ଓ ସମିତିସଭ୍ୟ ଭାବେ ଏନ. କାନ୍ତାମ୍ମା ପାତ୍ର ବିଜୟୀ ହୋଇଥିବା ବେଳେ ବିପୁଳିଙ୍ଗି ସରପଂଚ ଭାବେ ହିନା ସେଠୀ ଓ ସମିତିସଭ୍ୟା ଭାବେ ଗୋଲାପ ପ୍ରଧାନ ବିଜୟୀ ହୋଇଛନ୍ତି । ବଡମାଧପୁର ପଂଚାୟତର ସରପଂଚ ଭାବେ ଅର୍ଚ୍ଚନା କୁମାରୀ ସେଠୀ ଓ ସମିତିସଭ୍ୟା ଭାବେ ଏସ୍. ଶାରଦା ରେଡ୍ଡୀ ବିଜୟୀ ହୋଇଥିବା ବେଳେ ପୋଟ୍ଟଲାମପୁର ପଂଚାୟତର ସରପଂଚ ଭାବେ ନିରଞ୍ଜନ ପ୍ରଧାନ ବିଜୟ ହୋଇଥିବା ବେଳେ ସମିତିସଭ୍ୟା ଭାବେ ଶମ୍ଭୁନାଥ ସ୍ୱାଇଁ ବିଜୟ ହୋଇଛନ୍ତି ।


