ୱାର୍ଡ ସଭ୍ୟ ଫଳାଫଳକୁ ନେଇ ଅସନ୍ତୁଷ୍ଟ ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତର ୱାର୍ଡ ନମ୍ବର ୫ର ୱାର୍ଡ ସଭ୍ୟ ଫଳାଫଳକୁ ନେଇ ୱାର୍ଡ ସଭ୍ୟ ପ୍ରାର୍ଥୀନୀ ସଂଧ୍ୟାଶ୍ରୀ ବିଶ୍ୱାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସେ ଏକ ଲିଖିତ ଅଭିଯେଗାପତ୍ର ବିଡିଓ ତଥା ନିର୍ବାଚନ ଅଧିକାରୀ ରଶ୍ମୀରେଖା ମଲ୍ଲିକଙ୍କ ସମେତ ଜିଲ୍ଲା ନିର୍ବାଚନ ଅଧିକାରୀ, ମୁଖ୍ୟ ନିର୍ବାଚନ କମିଶନ,ଓଡିଶା ପ୍ରଦାନ କରିଥିବା ଅଭିଯୋଗାରେ ଦର୍ଶାଇଛନ୍ତି । ଅଭିଯୋଗ ମୁତାବକ ୫ନମ୍ବର ୱାର୍ଡର ୱାର୍ଡ ସଭ୍ୟ ପଦବୀ ପାଇଁ ବାଲାଟ ପେପର ଗଣତି ସମୟରେ ଉଭୟ ପ୍ରାର୍ଥୀନୀଙ୍କର ସମାନ ବାଲାଟ ରହିଥିଲା । ତେଣୁ ଜଣକୁ ନିର୍ବାଚିତ କରିବା ପାଇ ଲଟେରୀ ବ୍ୟବସ୍ଥା କରାଯାଇଥିଲା । ସେ ସ୍ୱାଧିନ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ମତାମତ ନିଆଯାଇନଥିଲା । ତେଣୁ ନିଷ୍ପତି ନିଆଯାଇଥିବା ଉକ୍ତ ୱାର୍ଡର ନିର୍ବାଚନ ଫଳାଫଳକୁ ବାତିଲ କରିବା ପାଇଁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ରଶ୍ମିରେଖା ମଲ୍ଲିକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।


