ଗ୍ୟାସ୍ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ । ଏହାଦ୍ୱାରା ଉଭୟ ଗ୍ୟାସ୍ ଓ ସମୟ ବଞ୍ଚିଥାଏ ।
ଥଣ୍ଡା କ୍ଷୀର, ପନିପରିବା ଏବଂ ଫ୍ରୋଜନ୍ ଫୁଡ୍ ଆଦିକୁ ବ୍ୟବହାର କରିବାକୁ ଥିଲେ ୧ ଘଣ୍ଟା ପୂର୍ବରୁ ଫ୍ରିଜରୁ ବାହାରକରି ରଖନ୍ତୁ ।
ବିନା ଢାଙ୍କୁଣିରେ ଖାଦ୍ୟ ପ୍ରସ୍ତୁତ କଲେ ଗ୍ୟାସ୍ ତିନି ଗୁଣା ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ସବୁବେଳେ ଢାଙ୍କୁଣି ଘୋଡ଼ାଇ ରୋଷେଇ କରନ୍ତୁ ।
କଡ଼େଇ ଏବଂ ପ୍ୟାନ୍ ବଦଳରେ ପ୍ରେସର କୁକରରେ ରୋଷେଇ କରନ୍ତୁ । କୁକରରେ ରୋଷେଇ ଶୀଘ୍ର ହୋଇଥାଏ ଏବଂ ଗ୍ୟାସ୍ ବି କମ୍ ଖର୍ଚ୍ଚ ହୋଇଥାଏ ।
ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଅଧିକ ପାଣି ଦେବା ଦ୍ୱାରା ରୋଷେଇ ଅଧିକ ସମୟ ଲାଗିଥାଏ ଏବଂ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।
ପନିପରିବା, ଡାଲି ଏବଂ ମାଂସ ଆଦି ସିଝିବା ପାଇଁ ଗ୍ୟାସ୍ ଅଧିକ ଖର୍ଚ୍ଚ ହୋଇଥାଏ । ଏସବୁକୁ ସେମି କୁକ୍ କରିବା ପାଇଁ ମାଇକ୍ରୋୱେଭ୍ ବ୍ୟବହାର କରନ୍ତୁ । ଗ୍ୟାସ୍ ତୁଳନାରେ ମାଇକ୍ରୋୱେଭ୍‌ରେ ମାଂସ ଶୀଘ୍ର ସିଝିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ