ପୌରକାର୍ଯ୍ୟାଳୟ ଘେରିଲେ ଆଦର୍ଶ କଲୋନୀ ବାସିନ୍ଦା

ହିଞ୍ଜିଳିକାଟୁ , (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୬ ଆଦର୍ଶ କଲୋନୀ ବାସିନ୍ଦା ସଂକ୍ଷିପ୍ତ ଭୋଟର୍‌ ତାଲିକା ସଂଶୋଧନ ପାଇଁ ଗୁରୁବାର ପୌରକାର୍ଯ୍ୟାଳୟ ଘେରିବା ସହ ଏକ ଦାବିପତ୍ର ହିଞ୍ଜିଳି ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ପୁଣି ଶୁକ୍ରବାର ୧୧ ଘଣ୍ଟା ସମୟରେ ପୌରପରିଷଦ ଆଗରେ ଭୋଟର ତାଲିକା ସଂଶୋଧନ ଦାଵିରେ ଅଡି ବସିଥିଲେ। ଖବର ପାଇ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ହିଞ୍ଜିଳି ପୌରପରିଷଦ କାର୍ଯ୍ୟାଳ଼ୟ ରେ ପହଞ୍ଚି ଲୋକଙ୍କୁ ଵୁଝାସୁଝା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଵାସିନ୍ଦା ସେଠାରୁ ଯାଈଥୁଲେ । ପ୍ରକାଶ ଥାଉକି ହିଞ୍ଜିଳି ପୌରପରିଷଦ ର ୨୧ ଗୋଟି ୱାର୍ଡ଼ ରଭୋଟର ତାଲିକାରେ ନାମ ନିଜ ୱାର୍ଡ଼ ରେ ନ ରହି ଓ ଅନ୍ୟତ୍ର ଥିବା ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପଛ ଆଦର୍ଶ କଲୋନୀ ଭୋଟରଙ୍କ ନାମ ୬ନଂୱାର୍ଡ ରୁ ୮୦ ଜଣ ଙ୍କ ନାମ ୱାର୍ଡ଼ ନଂ ୫ ରେ ଥିବାଜାଣି ଆଦର୍ଶ ସାହି ଵାସିନ୍ଦା ଅଭିଯୋଗ କରିଛନ୍ତି।ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ବୁଥରେ ଭୋଟର୍‌ ସହାୟତା କେନ୍ଦ୍ର ଖୋଲାଯାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବୁଥ ଲେବଲ୍ ଅଫିସରମାନେ ଉପସ୍ଥିତ ରହି କରୁଛନ୍ତି । କିନ୍ତୁ ତାହା କାଗଜ କଲମରେ ସୀମିତ ଥିବା ଅଭିଯୋଗ କରିଛନ୍ତି। ପ୍ରତି ୱାର୍ଡ଼ ରେ ଟେକ୍ସକଲକ୍ଟର ସୁଚାରୁ ରୁପେ ପରିଚାଳନା କରିନଥିବା ଅଭିଯୋଗ ହୋଇଛି। ଆସନ୍ତା କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ଭୋଟରଙ୍କ ନାମ ସଂଶୋଧନ, ଯୋଗ, ବିୟୋଗ ଓ ବାଦ୍ ପଡ଼ିଥିବା ନାମ ଯୋଗ କରାଯିବା ସହ ୨୦୨୨ ଜାନୁଆରି ୧ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବା ନୂତନ ଭୋଟରଙ୍କ ନାମ ଯୋଗ କରାଯିବ ବୋଲି ଅଧିକାରୀ ମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ