ବଞ୍ଚୋ ପଞ୍ଚାୟତରେ ସପଥ ଗ୍ରହଣ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ଆଜି ନବ ନିର୍ବାଚିତ ସରପଞ୍ଚ ଓ ୱାର୍ଡସଭ୍ୟ ସଭ୍ୟା ମାନଙ୍କ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ ଲୋକପ୍ରତିନିଧି ମାନେ ଦଳମତ ନିର୍ବଶେଷରେ ପଞ୍ଚାୟତର ବିକାଶ ପାଇଁ କାମ କରିବା ଉଚିତ । କୌଣସି ଭେଦଭାବ ନରଖି ସରକାରଙ୍କ ଜନହୀତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ନବ ନିର୍ବାଚିତ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ(ଅମର) ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟକରିବାକୁ ସପଥ ନେବାପରେ ଯଶୋଦା ରାଉତ, ଦିନବନ୍ଧୁ ନାୟକ, ସବିତାରାଣୀ ବିଶ୍ୱାଳ, ସୋନାଲି ମୁଦୁଲି, ତପସ୍ୱିନୀ ଜେନା, ବାଘରା ଦାସ, ହୃଷିକେଶ ପରିଡା, ବାସନ୍ତୀ ବେହେରା, ଶ୍ରୀକାନ୍ତ ଜେନା, ବାସନ୍ତୀ ବେହେରା, ବାସନ୍ତୀ ଖଟୁଆ, ମୁସନ ଖଟୁଆ ପ୍ରମୁଖ ୱାର୍ଡସଭ୍ୟ ସଭ୍ୟା ମାନେ ମଧ୍ୟ ସପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପିଇଓ ନରହରି ନାୟକ, ଜିଆରଏସ ସୌଭାଗିନୀ ରାୟସର୍ଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ କାଙ୍ଗାଳି ଚରଣ ବରାଳ, ସନାତନ ଓଝା, ପ୍ରାଣବଲ୍ଲବ ପାଢ଼ୀ, ଗିରିଧାରୀ ପଟ୍ଟନାୟକ, ରାଧାଗୋବିନ୍ଦ ଦାସ, ମାର୍କଣ୍ଡ ଚରଣ ଓଝା, ନାଣ୍ଡୁ ଚରଣ ରାଉତ, ନନ୍ଦ କିଶୋର ନାୟକ, ପ୍ରମୋଦ ରାଉତ, ମନୋଜ ବରାଳ, ଶୁଭକାନ୍ତ ରାଉତ, ବିନୟ ନାୟକଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପରେ ୧୦ନମ୍ବର ୱାର୍ଡସଭ୍ୟା ବାସନ୍ତୀ ବେହେରାଙ୍କୁ ନାଏବ ସରପଞ୍ଚ ଭାବେ ନିର୍ବାଚିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ