ବାଙ୍ଗୋର ଖାଦାନ ହାଟରେ ଅଗ୍ନିକାଣ୍ଡ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ଖାଦାନ ହାଟରେ ଥିବା ମୁନା ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସକାଳେ କୌଣସି କାରଣରୁ ମୁନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ତାଙ୍କର ଦୁଇବଖରା ଘର ସମେତ ଘରେଥିବା ସମସ୍ତ ଧାନ, ଚାଉଳ, ସୁନା, ରୁପା ଓ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ଆଗରପଡା ଓ ଛେନାପଦିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।


