କେନ୍ଦ୍ରାପଡା କଲେଜ ପ୍ରାଣୀ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ “ଜଳବାୟୁ ପରିବର୍ତ୍ତନ” ଶୀର୍ଷକ ବିଷୟ ଉପରେ ଏକ ଜାତୀୟ ସମ୍ପାନ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡଃ. ଆଦିତ୍ୟ ପ୍ରସାଦ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ପାନରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମହାବିଦ୍ୟାଳୟର ଗୈାରବ ଓ ଗାରିମା ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଡଃ. ଦାସ ଜଳବାୟୁ ପରିବର୍ତ୍ତନ ଉପକୂଳ ଅଞ୍ଚଳର ଜୈବ ବିବିଧତା ଉପରେ କେଉଁଭଳି କୁ ପ୍ରଭାବ ପକାଉଛି ଏବଂ ଏହାର ପ୍ରତିକାର ଓ ସଂରକ୍ଷଣ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାନରେ ସମ୍ମାନୀୟ ଅତିଥି ଭାବେ ଆନ୍ଧ୍ର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଉପକୂଳପତି ଡଃ. କେ. କାମେଶ୍ୱର ରାଓ ଜଳବାୟୁ ପରିବର୍ତ୍ତନ ଉପକୂଳ ଅଞ୍ଚଳର ମୂର୍ତ୍ତକା କ୍ଷୟ ହେବା ଦ୍ୱାରା ସମ୍ଭାବ୍ୟ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ଏହି ସମ୍ପାନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଉପକୂଳପତି ଡଃ. ଶରତ ପାଲିତା ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ଓ ଜୀବ ଜଗତ ଉପରେ ପଡିବାକୁ ଯାଉଥିବା ସାମଗ୍ରିକ ପ୍ରଭାବ ଓ ଏହାର ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ । ସମ୍ପାନର ଆବାହକ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡଃ. ଗୈାର ପ୍ରସାଦ ଷଡଙ୍ଗୀ ବିଷୟ ବସ୍ତୁ ଉପରେ ଅବଗତ କରାଇଥିଲେ । ସମ୍ପାନର କାର୍ଯ୍ୟକାରୀ ସମ୍ପାଦିକା ପ୍ରାଧ୍ୟାପିକା ଡଃ. ବାସନ୍ତୀ ଶୁକ୍ଳା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ ସମ୍ପାନର ସଂଯୋଜନା କରିଥିବା ବେଳେ ଆଇକ୍ୟୁଏସି ସଂଯୋଜକ ଡଃ. ପ୍ରମୋଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହାବ୍ୟତିତ ବୈଷୟିକ ଅଧିବେସନରେ ରିସୋର୍ସ ପର୍ସନ ଭାବେ ଯୋଗଦେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ସାହୁ, ଓଡିଶା ପରିବେଶ ସଂସ୍କାର ସମ୍ପାଦକ ଡଃ. ଜୟକୃଷ୍ଣ ପାଣିଗ୍ରାହୀ, ରେଭେନ୍ସା ସ୍ନାତ୍ତୋକତର ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡଃ. ଲୁନା ସାମନ୍ତ ଓ ଅଧ୍ୟାପିକା ଡଃ. ଦିପ୍ତୀ ରାୱତ, ଫକୀରମୋହନ ବିଶ୍ୱ ବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ସ୍ନାତ୍ତୋକତର ବିଭାଗ ମୁଖ୍ୟ ଡଃ. ବିଷ୍ଣୁ ଦାସ ଜଳବାୟୁ ପରିବର୍ତ୍ତନର କାରଣ, ପ୍ରଭାବ ଓ ନିରାକରଣ ବିଷୟରେ ଆଲୋଚନା କରିଥିଲେ । ଏହାକୁ ଅଧ୍ୟାପିକା ଡଃ. ଶୁଚିସ୍ମିତା ବେହେରା ସଂଯୋଜନା କରିଥିଲେ । ଏହି ସମ୍ପାନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିନିଧି, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଶାନ୍ତ ସାହୁ, ହିମାଂଶୁ ମହାପାତ୍ର, ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ପ୍ରଭାକର ମଲ୍ଲିକ, ରଞ୍ଜିତ କୁମାର ଦାସ ସମ୍ପାନର ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ଲେଫ୍ଟନାଣ୍ଟ ସୀମା ମହାନ୍ତି, ଜୟଶ୍ରୀ ଆଚାର୍ଯ୍ୟ ଓ ସାୟଦା ନେହଲା ସାହିନଙ୍କ ସହାୟତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ