ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନ ଯେତେ ପାଖୋଇ ଆସୁଛି ପ୍ରଚାର ସେତେ ଜୋର୍ ଧରିଛି l ୩ପ୍ରମୁଖ ଦଳ ମଧ୍ୟରୁ ପ୍ରଚାର କାର୍ଯ୍ୟକ୍ରମରେ ବିଜେଡି ଆଗୁଆ ରହିଥିବାର ଲକ୍ଷ୍ୟ କରାଯାଇଛି l ସହରର ୧୬ଗୋଟି ୱାର୍ଡରେ ବିଜେଡି ତାର ପ୍ରଚାର ଅଭିଯାନ ଜାରି ରଖିଛି l ଏଥିପାଇଁ ଦଳୀୟ ନେତୃବୃନ୍ଦ ମଧ୍ୟ ବିଭିନ୍ନ ୱାର୍ଡରେ ଯୋଗଦେଇ ନିଜ ନିଜ ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରୁଛନ୍ତି l ଏହି ପରିପ୍ରେକ୍ଷୀରେ ୱାର୍ଡ ନଂ. ୯ ଓ ୧୦ରେ ବିଜେଡିର ପ୍ରଚାର ଦେଖିବାକୁ ମିଳିଥିଲା l ପୌରାଧ୍ୟକ୍ଷା ପ୍ରାର୍ଥିନୀ ନିର୍ମଳା ସେଠୀ, ୯ନମ୍ବର ୱାର୍ଡ ପ୍ରାର୍ଥୀ ଏଙ୍ଗିଲି ନାରାୟଣରାଓ ବେହେରା ଓ ୧୦ନମ୍ବର ୱାର୍ଡ ପ୍ରାର୍ଥିନୀ ସକୁନ୍ତଳା ବେହେରା ଘରକୁ ଘର ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ l ଏଥିରେ ପୂର୍ବତନ ନଗର ସଭାପତି ତଥା ବରିଷ୍ଠ ବିଜେଡି ନେତା ଜମିଦାର ପଟ୍ଟନାୟକ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ସୁଧିରଂଜନ ମହାପାତ୍ର, ପ୍ରନୋଜ ପଟ୍ଟନାୟକ, ସ୍ଥାନୀୟ ଯୁବ ବିଜେଡି ନେତା ଅମିତ ପଟ୍ଟନାୟକ, ଶୀତୁନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥିନୀଙ୍କ ପ୍ରଚାର କରିଥିଲେ l ସବୁଠାରୁ ବଡ କଥା ହେଲା ଏହି ଦ୍ବୟ ୱାର୍ଡରେ ବହୁ ଯୁବ ଭୋଟରମାନେ ବିଜେଡି ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା l ଅପରପକ୍ଷରେ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚନରେ ଅଭୂତପୂର୍ବ ସଫଳତା ପାଇ ସମଗ୍ର ଜିଲ୍ଲାରେ ବିଜେଡିର ବିଜୟ ଉତ୍ସବ ଜାରି ରହିଛି l ଏହି ସଫଳତା ଜିଲ୍ଲାସ୍ତରୀୟ ନେତାଙ୍କ ଠାରୁ ଆରମ୍ଭକରି କର୍ମୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ପୌରପରିଷଦରେ ମଧ୍ୟ ଏପରି ଯୁବ ଭୋଟର ବା ଯୁବ ଗୋଷ୍ଠୀଙ୍କୁଦେଖିଲେ ସହରାଞ୍ଚଳରେ ମଧ୍ୟ ବିଜେଡିର ଲହର ଖେଳିବ ବୋଲି ଅନୁମାନ କରି ହେଉଛି ବୋଲି ପୂର୍ବତନ ନଗର ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ