ଖେମୁଣ୍ଡିଖୋଲରେ ଶବର ସମାଜ ସମ୍ମେଳନ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଶବର ସମାଜ କଲ୍ୟାଣ ସମିତି ପାଲୁଖୋଳା କେନ୍ଦ୍ର ଖେମୁଣ୍ଡିଖୋଲ ମଣ୍ଡଳୀ ପକ୍ଷରୁ ଶବର ସମାଜ ମୀନ ସଂକ୍ରାନ୍ତି ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ ସଭାପତି ନିରଞ୍ଜନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଖେମୁଣ୍ଡିଖୋଲ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ମଣ୍ଡଳୀ ସଭାପତି କନ୍ଧ ବଡ଼ରଇତ ସମ୍ମାନିତ ଅତିଥି ଉପସଭାପତି ରେଡିକା ଜାନି ବକ୍ତା ଭାବେ ଧର୍ମ ଉପଦେଷ୍ଟା ତବତ ମଣ୍ଡଳ ପ୍ରଶାନ୍ତ କୁମାର ଶତପଥୀ ଜିଲ୍ଲା କୃଷି ପ୍ରମୁଖ ମନୋରଞ୍ଜନ ପାଢ଼ୀ ପୂର୍ବତନ ସରପଂଚ ମଙ୍ଗଳା ଗମାଙ୍ଗ କୋଷାଧ୍ୟକ୍ଷ ଶ୍ୟାମ ରଇତ ସଙ୍ଗଠନ ପ୍ରମୁଖ ଡମ୍ବରୁଧର ମଣ୍ଡଳ ମିଶନ ଶକ୍ତି ଲକ୍ଷ୍ମୀ ଗୌଡ ସମ୍ପାଦକ ପବିତ୍ର ମଣ୍ଡଳ ଏକେଶ୍ୱର ମଣ୍ଡଳ ପ୍ରମୁଖ ଯୋଗ ଦେଇ ଶବର ସମାଜ କଲ୍ୟାଣ ପାଇଁ କୃଷି ଶିକ୍ଷା ସ୍ବାସ୍ଥ୍ୟ ବେକାରୀ ସମସ୍ୟା ସମାଧାନ ପାରମ୍ପରିକ ଆଦିବାସୀ ସଂସ୍କୃତିର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।


