ଗଞ୍ଜାମ ଏନଏସିର ବିଜେଡି ପ୍ରଚାର ରଥର ଶୁଭାରମ୍ଭ କଲେ ବିଧାୟକ
ଗଂଜାମ, (ବିନୋଦ ପଲାଇ) :-ପୌରନିର୍ବାଚନ ପାଇଁ ଗଞ୍ଜାମ ଏନଏସିର ବିଜେଡିର ପ୍ରଚାର ରଥର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା । ବଡ଼ବଜ଼ାର ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ସୁରଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଯୋଗଦେଇଥିଲେ । ଅଧ୍ୟକ୍ଷ ପାର୍ଥି ଝୁଲିପାତ୍ର, ନଗରସଭାପତି ରାଜୁରେଡ୍ଡୀ, ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ, ପୁର୍ବତନ ଉପାଧ୍ୟକ୍ଷ ନିଳାଞ୍ଜଳବାରିକ, କାଉନସିଲର ପାର୍ଥି ପୁରୁଷୋତ୍ତମ ସାହୁ,ସ୍ୱାଗତ ଆଶିଷ ନାୟକ, ଯୁବନେତା ଜିତୁପଣ୍ଡା, ବିଷ୍ଣୁ ଦାସ , ଗଣେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।


