ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଚଳିତ ମାସ 26 ତାରିଖରେ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନେଇ ଆଜି ଅର୍ଥାତ 16.3.22ରେ ଓକିଲ ସଙ୍ଘ ନିର୍ଵାଚନର ନିର୍ଵାଚନ ଅଧିକାରୀ ତଥା ଆଇନଜୀବୀ ପ୍ରଫୁଲ୍ଲ ଗୌଡ଼ ନିର୍ଵାଚନ ଆଚାର ସଂହିତା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅପରାହ୍ନ 4 ଟା ସମୟରେ ଗଞ୍ଜାମ ଓକିଲ ସଙ୍ଘ ମୁଖ୍ୟ ପ୍ରକୋଷ୍ଠରେ କରିବେ । ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ( ବୈଦୁତିକ, ଛାପା ଏବଂ ୱେବ)ମାନେ ଉପସ୍ଥିତ ରହିବା ପାଇଁ ଅନୁରୋଧ । ଏହି ସାମ୍ବାଦିକ ସମ୍ମିଳନୀରେ ଓକିଲ ସଙ୍ଘ ନିର୍ବାଚନରେ ପାର୍ଥି ହୋଇଥିବା ସମସ୍ତ ଆଇନଜୀବୀ ଉପସ୍ଥିତ ରହିବେ । ନିବେଦକ: ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ ଗୌଡ଼ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ