ଦୁବୁଲାବେଡା ଆନୁକୂଲ୍ୟରେ ମହାସମାରୋହରେ ‘ସାରୁଲ ପରବ’ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଋତୁରାଜ ବସନ୍ତର ଆଗମନରେ ପ୍ରକୃତି ସବୁଜିମା ଚାଦରରେ ଢଙ୍କେଇ ହୋଇଛି ।ବୃକ୍ଷଲତା,ପାହାଡ ପର୍ବତ ଫୁଲ,ଫଳ ସବୁଜିମାରେ ଭରପୁର ।ଜୀବଜନ୍ତୁ,ବୃକ୍ଷଲତା,ସମସ୍ତଙ୍କ ଦେହରେ ବସନ୍ତର ଶିହରଣ ହୋଇଛି । ସମସ୍ତେ ଆନନ୍ଦିତ,ପ୍ରଫୁଲ୍ଲିତ ।ଏହି ଫାଲୁଗୁନ ମାସରେ କୁଡୁମି ସଂପ୍ରଦାୟ ତରଫରୁ ବିଭିନ୍ନ ସ୍ଥାନରେ ସେମାନଙ୍କର ଅନନ୍ୟ ଆଦ୍ୟ ପର୍ବ \’ସାରୁଲ ପରବ\’ ମହା ଆଡମ୍ବର ସହକାରେ ପାଳିତ ହେଉଅଛି । ଏହି ଦିନ କୁଡୁମି ସମାଜର ପୂଜା ସ୍ଥଳୀ \’ଜାହିରା ପୀଠକୁ ପୂଜକ ଦେହୂରୀ ସଫା ସୁତୁରା କରି ସେଠାରେ ଥିବା ଦେବା,ଦେବୀଙ୍କୁ ସ୍ନାନ କରାଇ ପରଂପରା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।ଜଙ୍ଗଲରୁ ଏହି ଫାଲୁଗୁନ ମାସରେ ପ୍ରଷ୍ଫୁଟିତ ହୋଇଥିବା ଶାଳଗଛରୁ ଡାଳ ଓ ଫୁଲ ଆଣି ପୂଜାର୍ଚ୍ଚନା କରିଥିଲେ ।ଗ୍ରାମର,ସମାଜର,ମାନବ ଜଗତର ମଙ୍ଗଳ‌, ରୋଗ ବ୍ୟାଧୀ ଦୂର ପାଇଁ, ସୁଖ ଓ ଶାନ୍ତି କାମନା ପାଇଁ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ।ଶାଳ ଫୁଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ମହିଳାମାନେ ପୂଜକଙ୍କ ଠାରୁ ଫୁଲ ଗ୍ରହଣ କରି ମୁଣ୍ଡରେ ଖୋସିଥାନ୍ତି ଏବଂ ପୁରୁଷମାନେ କାନ ମୁଣ୍ଡରେ ଖୋସି ଖୁସିରେ ମନାଇଥିଲେ । ପଶୁପକ୍ଷୀଙ୍କ ସୁସ୍ଥ ଜୀବନ କାମନା ସହ ଉତ୍ତମ ବଂଶ ବୃଦ୍ଧି ପାଇଁ କାମନା କରିଥିଲେ ।ପରେ ପୀଠରେ ଛେଳି,କୁକୁଡ଼ା ବଳି କରି ପୂଜାର୍ଚ୍ଚନା କରିଥିଲେ ।ସେହି ପ୍ରସାଦକୁ ରୋଷେଇ କରି ସମସ୍ତ ଭକ୍ତଙ୍କୁ ପ୍ରସାଦ ହିସାବରେ ବଣ୍ଟନ କରାଯାଇଥିଲା । ମହିଳା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅଲଗା ରୋଷେଇ ହୋଇ ପ୍ରସାଦ ବଣ୍ଟନ କରାଯାଇଥିଲା ।ବହୁ ଦୂର ଦୂରାନ୍ତରୁ କୁଡୁମି ସମାଜର ଲୋକେ ଏହି ସହ ସ୍ଥାନକୁ ଆସି ପୂଜାର୍ଚ୍ଚନା କରିବା ସହ ନିଜ,ଭାଷା,ସଂସ୍କୂତି , ପରଂପରା,ଭାଇଚାରା ଓ ଭାବର ଆଦାନ ପ୍ରଦାନ କରିଥିଲେ ।ପରେ ଅପରାହ୍ନରେ କମିଟି ତରଫରୁ ଖ୍ୟାତନାମା ଝୁମର କଳାକାରଙ୍କ ଦ୍ବାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।ନୃତ୍ୟ ଗୀତରେ ମହିଳା, ପୁରୁଷ, ଯୁବକ ଯୁବତୀ ମତୁଆଲା ହୋଇଯାଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ