ଘରୁ ୨୯୦ କିଲୋ ଗଞ୍ଜେଇ ସହ ମାଫିଆ ଗିରଫ

ମୋହନା, (ଅଂଶୁମାନ ପଣ୍ଡା) :ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଆରକ୍ଷୀ ଅଧ୍ୟକ୍ଷ  ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ହୃଷିକେଶ ପଣ୍ଡା ଏବଂ କର୍ମଚାରୀମାନେ ମିଳିତ ଭାବେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ରାମଗୁଡ଼ା ଗ୍ରାମର ପୁରଞ୍ଜନ ଗମାଙ୍ଗ ଙ୍କ ଘରେ ଗୁରୁବାର ଭୋରରୁ ପୋଲିସ ଟିମ ଚଢ଼ାଉ କରିଥିଲେ । ତାଙ୍କ ଘର ମଧ୍ୟରେ ଥିବା ଏକ କୋଠରୀର ମାଟି ଖୋଳି ତା’ ମଧ୍ୟରେ ସୁରକ୍ଷିତ ଭାବେ ଏକ କଳା ଜରି ପାଲ ଘୋଡାଇ  ୩ଟି ବଡ ପ୍ଳାଷ୍ଟିକ ଡ୍ରମ , ୨ଟି ଜରି ବସ୍ତା ଓ ଏକ ବଡ ଟିଣ ବାସ୍କ ମଧ୍ୟରେ ଗଞ୍ଜେଇ ରଖାଯାଇଥିଲା ।  ଅଡବା ପୁଲିସ ମାଟି ଖୋଳି ତା ମଧ୍ୟରୁ ଗଞ୍ଜେଇ ସବୁ ଜବତ କରିଥିଲା ଓ ସେହି ଘରୁ ପୁରଞ୍ଜନକୁ ଗିରଫ କରିଥିଲା I ମାଜିଷ୍ଚ୍ରେଟ ଦାୟିତ୍ୱରେ ରହିଥିବା ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୨୯୦ କିଲୋ ୬୦୦ ଗ୍ରାମ ହୋଇଥିଲା ।  ଅଡବା ଥାନା କେସ ନଂ ୪୪/୨୨ ରେ ମାମଲା ରୁଜୁ ହେବା ସହ ଗଞ୍ଜେଇ ମାଫିଆ ଗମାଙ୍ଗକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ