୧୭ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଉମେଶଙ୍କ ନିର୍ବାଚନୀ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାର ପରିଷଦର ୧୭ନମ୍ବର ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ଭାବେ ଉମେଶ ଚନ୍ଦ୍ର ନାୟକ(ସ୍ୱାଧୀନ)ତାଙ୍କର ପ୍ରଚାର କାର୍ଯ୍ୟକୁ ଯୋରଦାର କରିଥିବା ଦେଖାଯାଇଛି । ସେହି ୱାର୍ଡର ଘରକୁ ଘର ବୁଲି ଉମେଶ ତାଙ୍କର ନିର୍ବାଚନୀ ପ୍ରଚାର ଚଳାଇଥିବା ବେଳେ ଭୋଟରମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ତାଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି । ବିଜୁ ଜନତାଦଳର ଜଣେ ଯୁବ ନେତା ଭାବରେ ତାଙ୍କର ସାଂଗଠନିକ ଦକ୍ଷତା ରହିଛି । ଜଣେ ପରୋପକାରୀ, ମେଳାପି, ମିଷ୍ଟଭାଷି ଯୁବକ ଭାବରେ ଉମେଶଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବିଭିନ୍ନ ଦୁସ୍ଥିତି ସମୟରେ ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କୁ ସହାୟତା ଯୋଗାଇ ଦେଇଥାନ୍ତି ଉମେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗେଇ ନେବା ସହ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ଉମେଶ ସଦାସର୍ବଦା ପ୍ରୟାସ କରି ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ