ନବ ନିର୍ବାଚିତ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ପୁର୍ବତନ ସରପଞ୍ଚ
ହାଟଡିହି, (ବିକାଶ ବିଶ୍ୱାଳ) :ଗତ ମାର୍ଚ୍ଚ ମାସ ୯ତାରିଖରୁ ପୁର୍ବତନ ସରପଞ୍ଚ ମାନଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେବି କିଛି ପଞ୍ଚାୟତରେ ସେମାନେ ଜାଣିଶୁଣି ଦାୟିତ୍ୱ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି । ପଢ଼ିଆରିପଲ୍ଲୀ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଅଜିତ କୁମାର ରାଉତ କରିଥିବା ଅଭିଯୋଗ ଅନୁଯାଇ ଗତ ୧୦ତାରିଖରୁ ସେ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱ ହସ୍ତାନ୍ତ କରାଯାଇ ନାହିଁ । ପଞ୍ଚାୟତର ବ୍ୟାଙ୍କ ପାସବୁକ, କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବିବରଣୀ, ଭତ୍ତା ତାଲିକା ଆଦି କୌଣସି ହସ୍ତାନ୍ତର କରାଯାଉ ନାହିଁ । ପଞ୍ଚାୟତରେ ତିନିମାସର ରେସନ କାର୍ଡ ଚାଉଳ ମଧ୍ୟ ବଣ୍ଟନ କରାଯାଇ ନାହିଁ । ସେ ନିୟମିତ କାର୍ଯ୍ୟାଳୟକୁ ଯାଇ ବସିବସି ଫେରୁଛନ୍ତି । ଏପରିକି ପଞ୍ଚାୟତ କାର୍ଯ୍ୟାଳୟରେ କୌଣସି ରେକର୍ଡପତ୍ର ନଥିବା ସେ କହିଛନ୍ତି । ସେ ବାରମ୍ବାର ପିଇଓଙ୍କୁ ଏ ବାବଦରେ କହୁଥିଲେବି ସେ ଆଜି ଦିଆଯିବ କାଲି ଦିଆଯିବ ବୋଲି କହି ସମୟ ଗଡାଇ ଚାଲିଛନ୍ତି । ସେ ଏନେଇ ବିଡିଓଙ୍କୁ ମଧ୍ୟ ଅବଗତ କରାଇଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତର ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି ।