ପଞ୍ଚାୟତ ଅବ୍ୟବସ୍ଥା ନେଇ ବିଡ଼ିଓଙ୍କ ନିକଟରେ ଫେରାଦ ହେଲେ ନବନିଯୁକ୍ତ ସରପଞ୍ଚ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରେ ବିଗତ ଦିନରୁ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବା ବେଳେ ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅନିତା ରାଉତ ଏନେଇ ଆଜି ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଗତ ୧୦ତାରିଖ ଦିନ ଦାୟିତ୍ୱଭାର ଗ୍ରହଣ କରିବା ପରେ ଅନେକ ହିତାଧିକାରୀ ପିଡ଼ିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଜାଣିବାକୁ ପାଇଥିଲେ। ଏହାଛଡା ପଞ୍ଚାୟତ ଅଧିନ ମାର୍କେଟ କମ୍ପ୍ଲେକ୍ସ ଗୁଡିକରୁ ଅର୍ଥ ଆଦାୟ ହେଉନଥିବା ବେଳେ କେଉଁମାନେ ଏଠାରେ ବ୍ୟବସାୟ କରୁଛନ୍ତି ପଞ୍ଚାୟତ ଖାତାରେ କୌଣସି ବିବରଣୀ ନଥିବା ନୂତନ ସରପଞ୍ଚ ବିଡ଼ିଓଙ୍କୁ ଜଣାଇଛନ୍ତି। ପଞ୍ଚାୟତର ଅନେକ ଅବ୍ୟବସ୍ଥା ସମ୍ପର୍କରେ ସେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରିନଥିଲେ। ପରିଶେଷରେ ଆଜି ଶ୍ରୀମତୀ ରାଉତ ବ୍ଲକ କାର୍ଯ୍ୟାଳୟରେ ପହଁଚି ବିଡ଼ିଓଙ୍କୁ ସାକ୍ଷାତ କରିବା ସହ ବିଗତ ଦିନ ମାନଙ୍କରେ ପଞ୍ଚାୟତ ରେ ଘଟିଥିବା ଅନେକ ବେଆଇନ କାର୍ଯ୍ୟ ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ