ରାଧାଗୋବିନ୍ଦ ମନ୍ଦିରର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାଳବଣୀ ଜମ୍ଭରା ଠାରେ ଥିବା ରାଧାଗୋବିନ୍ଦ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ହୋମଯଜ୍ଞ ସହିତ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ସାଗରୀକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁ ସମ୍ବର୍ଦ୍ଧନା, ଓଁକାର ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ଚିତ୍ତ ରଞ୍ଜନ ମଲ୍ଲିକ, ଆୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ମୁକେଶ କୁମାର ନାୟକ, ସୁଶାନ୍ତ କୁମାର ଜେନା, ଗୋପୀନାଥ ରାଉତରାୟ, ପ୍ରତାପ କୁମାର ଦାସ, କାର୍ତ୍ତିକେଶ୍ୱର ଦାସ, ସ୍ୱୟଂ ପ୍ରକାଶ ମିଶ୍ର, ସ୍ୱସ୍ତିକା ମହାନ୍ତି, ପ୍ରୀତିକା ମହାନ୍ତି, କାଳନ୍ଦୀ ମହାନ୍ତି, ନଳିନିକାନ୍ତ ମହାନ୍ତି, ସ୍ୱାଭି ରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ଆକାଶ ବେହେରା, ସ୍ମୃତି ରଞ୍ଜନ ରାୁତ, ଚନ୍ଦ୍ରକାନ୍ତ ପରିଡା, ସନ୍ତୋଷ କୁମାର ମଲ୍ଲିକ, ରାଜେଶ ମହାନ୍ତି, ଦେବରାଜ ହାତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ