ସରପଞ୍ଚଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ନୁତନ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାିଛି । ରାଘବପୁର ପାଲା ମଣ୍ଡପରେ ବିଶିଷ୍ଟ ନାଟ୍ୟକାର ଅନାଦି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ସାଧାରଣ ଲୋକ ଅଂଶ ଗ୍ରହଣ କରିଥିଳେ । ପ୍ରାରମ୍ଭରେ ପୁର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀଙ୍କୁ ତାଙ୍କ ବାସଭବନରୁ ଏକ ପଟୁଆରରେ ପାଛୋଟି ଅଣାଯାଇଥିଲା । ଚକ୍ରଧର ପୁହାଣ, କୋଦଣ୍ଡଧର ଜେନା, ସୁରେନ୍ଦ୍ର କୁମାର ଜେନା, ନାରାୟଣ ଜେନା, ଚତୁର୍ଭୁଜ ଦାସ, ରବି ଦାସ, କୃଷ୍ଣ ଚନ୍ଦ୍ର ବେହେରା, ଯୁଧିଷ୍ଠିର ଜେନା, ଅକ୍ଷୟ ଜେନା, ସୁଶାନ୍ତ ଦାସ, ସନାତନ ବେହେରା, ନାରାୟଣ ଦାସ, ରଘୁନାଥ ପାତ୍ର, ସାନନ୍ଦ ବାରିକ, ମଦନ ଲେଙ୍କା, ସୁଦର୍ଶନ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ବିଦାୟୀ ସରପଞ୍ଚଙ୍କ ଗୁଣାବଳୀ ଓ କର୍ତ୍ତବ୍ୟମୟ ଜୀବନୀ ଉପରେ ମତବ୍ୟକ୍ତ କରିଥିଲେ । ଶେଷରେ ନବ ନିର୍ବାଚିତ ସରପଞ୍ଚ ଲତିକା ଜେନାଙ୍କୁ ସ୍ୱାଗତ କରାଯିବା ସହିତ ଶେଷରେ ସେ ତାଙ୍କର ଭାବ ବିହ୍ୱଳ ବକ୍ତବ୍ୟ ରଖିଥିଲେ । ସୁଶିଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ