ପୂଜ୍ୟ ପୂଜା ସଂସଦ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ବିଶ୍ଵ ଜଳ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୂଜ୍ୟ- ପୂଜା ସଂସଦ ର ସଭାପତି ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ଆଲୋଚନା ଅନୁଷ୍ଟିତ ହୋଇସାରିଛି । ଜୀବନ ବଞ୍ଚାଇ ରଖିବାର ମୂଳ ଉଛ ଜଳ ଜଳର ଅପଚୟ ରୋକିବା ,ଜଳ ବିନିଯୋଗରେ ସଂଯତ ଓ ନିୟନ୍ତ୍ରଣ ରକ୍ଷା କଲେ ଆଗାମୀ ଦିନ ଜୀବ ଜଗତ ତିଷ୍ଠି ପାରିବେ ଏଣୁ ୫ଜ ଜନ, ଜଳ ,ଜମି, ଜଙ୍ଗଲ, ଜନ୍ତୁ ,ପ୍ରତି ସର୍ବଦା ଧ୍ୟାନ ଦେବା ଜରୁରୀ ବୋଲି ବକ୍ତା ଗଣ କହିଥିଲେ। ସେବାନିବୃତ ଅଧ୍ୟକ୍ଷ ଅଧ୍ୟାପକ ରଘୁନାଥ ପଣ୍ଡା,ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା, ଲିଙ୍ଗରାଜ ପାଣିଗ୍ରାହୀ (ହେଲ୍ପ), ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ, ଭୁବନେଶ୍ବରର ଶିକ୍ଷୟତ୍ରୀ ମନୋରମା ପତି, ପ୍ରଗତି ସମ୍ପାଦିକା ତନୁଜା ଶତପଥୀ, ଡିଆଇଟିର ଅଧ୍ୟକ୍ଷ ଡାକ୍ତର ମୁର୍ମୁ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


