ଲୋକଙ୍କ ମନ କଥା ପଢ଼ିପାରୁଥିବା ମେସିନ୍‌

ବେଳେ ବେଳେ ମନରେ ଆସେ ଯଦି ମଣିଷର ମନ ପଢ଼ି ହୁଅନ୍ତା, ତାହା ହେଲେ କେତେ ଭଲ ହୁଅନ୍ତା । ପ୍ରକୃତରେ କିଏ ମିତ୍ର କିଏ ଶତ୍ରୁ ଜାଣିପାରନ୍ତା ଯେ ସେ କଣ ଚାହୁଁଛି । କ’ଣ କଲେ ସେ ଖୁସି ହେବ । ଏମିତି ଅନେକ କିଛି ଫାଇଦା ହୁଅନ୍ତା । ଏପରି କେବଳ ହଲିଉଡ ସିନେମାରେ ଦେଖିବାକୁ ମିଳେ । କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିବ । ଏମଆଇଟିର ମିଡିଆ ଲ୍ୟାବରେ ଜଣେ ଭାରତୀୟ ଗବେଷକଙ୍କ ନେତୃତ୍ୱାଧୀନ ଟିମ୍ ଏକ ବିଶେଷ ମେସିନ ତିଆରି କରିଛନ୍ତି । ଏହି ମେସିନକୁ ପିନ୍ଧି ଆପଣ ଲୋକଙ୍କ ମନରେ ଚାଲୁଥିବା କଥାକୁ ଜାଣିପାରିବେ । ଏହି ନିଆରା ମେସିନଟିର ନାଁ ହେଉଛି ଅଲ୍ଟର ଇଗୋ । ଏହାର ଉଦ୍ଭାବନ ଅର୍ଣ୍ଣବ କପୁର କରିଛନ୍ତି । ଏହା ଏକ ମାଇଣ୍ଡ ରିଡିଂ ଡିଭାଇସ । ବର୍ତ୍ତମାନ ଏହା ଧଳା ରଙ୍ଗର ଏକ ଅଜବ ମେଡିକାଲ ମେସିନ ଭଳି ଦେଖାଯାଉଛି । ଆଗକୁ ଏହାର ସ୍ମାର୍ଟ ଲୁକ୍ ବାଲା ଡିଜାଇନ ଆସିପାରେ । ଏମଆଇଟିର ଏହି ସିଷ୍ଟମରେ ଇଲେକଟ୍ରୋଡସ ରହିଛି । ଯଦି କୌଣସି ବ୍ୟକ୍ତି କିଛି ଚିନ୍ତା କରୁଥିବ ତେବେ ଇଲେକଟ୍ରୋଡେସ ସିଗ୍ନାଲ ନେଇଥାଏ । ଏହି ସିଗ୍ନାଲକୁ ଏକ କମ୍ପ୍ୟୁଟରକୁ ପଠାଯାଏ । ଯାହା ଚିନ୍ତା କରାଯାଇଥିବା ଶବ୍ଦକୁ ଚିହ୍ନିବା ପାଇଁ ଏହି ସିଗ୍ନାଲର ବ୍ୟବହାର କରିଥାଏ । ଏମଆଇଟି ମିଡିଆ ଲ୍ୟାବର ୱେବ୍‌ସାଇଟ ଏହା ସ୍ପଷ୍ଟ କରିଦେଇଛ ଯେ ଏହି ମେସିନ ବ୍ୟବହାରକାରୀଙ୍କ ମନକୁ ପଢ଼ିପାରିବନାହିଁ । କପୁରଙ୍କ ଟିମ ଅନୁଯାୟୀ ବର୍ତ୍ତମାନ ଏହି ମେସିନ ୯୨ ପ୍ରତିଶତ ମନ କଥାକୁ ସଠିକ ଭାବେ ପଢ଼ିପାରୁଛି । ଯାହାକୁ ଗୁଗୁଲ ଟ୍ରାନ୍ସସ୍କ୍ରିପସନରୁ ସାମାନ୍ୟ କମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ