କୋଦଳା ଏନଏସି : ବିଜେଡ଼ିର ଗଡ଼ରେ ବିଜେପିର ବାଜିମାତ
କୋଦଳା, (ଗୁଲସନ୍ କୁମାର କର):ପୌର ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ବିଜେପିର ବୃହତ୍ତ ବିଜୟ ହୋଇଛି । ଅଧ୍ୟକ୍ଷ ପଦବୀ ସମେତ ୮ ଟି ୱାର୍ଡର କାଉନସିଲର ପଦବୀ ବିଜେପି ଖାତାକୁ ଯାଇଛି ।ଏବଂ କୋଦଳାରେ ବିଜେପିର ଏକ ପାଖିଆ ବିଜୟୀ ହୋଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମୈଦାନରେ ରହିଥିବା ସୂର୍ଯ୍ୟ ନାରାୟଣ ନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡିର ଭାରତୀ ଗୌଡ଼କଂ ଠାରୁ ୨୫୭୨ ଭୋଟ୍ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି କୋଦଳା ଏନଏସି ର ୧୧ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଭାବେ ସାମ୍ବାଦିକ ଭଗବାନ ପାଢ଼ୀ ୪୦ ଖଣ୍ଡ ଭୋଟ୍ ଖଣ୍ଡ ଭୋଟ୍ ଅଧିକ ପାଇ ବିଜୟୀ ହୋଇଛନ୍ତି ।ବିଜେଡି ୩ ଟି ୱାର୍ଡରେ କାଉନସିଲର ବିଜୟୀ ହୋଇଥବା ବେଳେ ଗୋଟିଏ ୱାର୍ଡରୁ ଅପ୍ରତିଦ୍ବନ୍ଦୀ ଭାବେ ଜଣେ ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି ।ତେବେ କୋଦଳା ଏନଏସି ବିଜେଡିର ଗଡ଼ କୁହାଯାଉଥିବା ବେଳେ ଚଳିତ ପୌର ନିର୍ବାଚନରେ ବିଜେପିର ଏକ ପାଖିଆ ବିଜୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ନେତା ଓ କର୍ମୀ ।କୋଦଳା ଜନସାଧାରଣଙ୍କ ସମେତ ବାବା ଦଣ୍ଡିଶ୍ୱରକଂ ଅପାର କରୁଣାରୁ ଏହି ବିଜୟ ହୋଇଥିବା କହିଛନ୍ତି ବିଜେପି ନେତା ।


