ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶପଥ ପାଠ ଓ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ଜନ ପ୍ରତିନିଧିଙ୍କୁ ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତିରାଓଙ୍କ ନେତୃତ୍ୱରେ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଛି | ଏହି ଜନପ୍ରତିନିଧିଙ୍କୁ ନିଜ ନିଜ ଅଞ୍ଚଳରେ ବିକାଶ ପ୍ରକ୍ରିୟାରେ ସହଯୋଗ କରିବା, ଗରିବ ତଥା ପ୍ରକୃତ ହୀତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନା ଓ ସହାୟତା ଯୋଗାଇଦେବା, ସଚ୍ଚୋଟତା ଓ ଅଖଣ୍ଡତା ରକ୍ଷା କରିବା, ସମସ୍ତ ସ୍ତରରେ ଲାଞ୍ଚକାରବାରକୁ ପ୍ରତ୍ସାହନ ନଦେବା ଆଦି ନିମନ୍ତେ ଶପଥ ପାଠ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ଡ. ତ୍ରିପତି ପାଣିଗ୍ରାହୀ ଯୋଗ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛଶାସନକୁ ବଜାୟ ରଖିବାକୁ ହେଲେ ଗରିବ ଲୋକଙ୍କୁ ହଇରାଣ ନ କରି ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ | ଏହିକାର୍ଯ୍ୟକ୍ରମରେ କାଶୀନଗର ବ୍ଲକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଓ କାଶୀନଗର ଏନ୍ଏସିର ଅଧ୍ୟକ୍ଷା ଏମ୍.ସୁଧାରାଣୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ