ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନସ୍ତରୀୟ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ଗଜପତି ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁଏକ ଅନଲାଇନ ସ୍ତରୀୟ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେଅ ତିରିକ୍ତ ଜିଲ୍ଲାଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାରବିଭାଗୀୟ ଅଧକାରୀମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ଅଧିକାରୀ ଦିପଙ୍କର ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଗଜପତି ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସିଭିଲ କୋର୍ଟ ସତ୍ୟବ୍ରତରାଣା, ପ୍ରଥମ ଶ୍ରେଣୀବିଚାର ବିଭାଗୀୟ ଅଧିକାରୀ ସୁଶ୍ରୀ ଶୁଭଲକ୍ଷୀ ପ୍ରିୟଦର୍ଶନୀ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତ ସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶଯ ବିଷୟରେ ସଚେତନତା କରାଇଥିଲେ ଏବଂ ଏହି ସ୍ଥାୟୀ ଅଦାଲତର ଆଶ୍ରୟ ନେବା ଦ୍ୱାରା ଶୀଘ୍ର ମାମଲାରସମାଧାନ ହୋଇପାରିବ ବୋଲି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ବ୍ୟାଙ୍କସେବା, ବୀମା ସେବା,ପାନୀୟ ଜଳ ଇତ୍ୟାଦି ଜନକଲ୍ୟାଣ ସେବା ସଂସ୍ଥା ଦ୍ୱାରା ସମସ୍ୟା ଉପୁଜିଲେ ଏହି ସ୍ଥାୟୀ ଅଦାଲତର ଆଶ୍ରୟ ନେବା ଦ୍ୱାରା ଶୀଘ୍ର ମାମଲାର ସମାଧାନ ହୋଇଯିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୃନ୍ଦ ଓ ପାରା ଲିଗାଲ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ