ବାଳିକା ଆତ୍ମରକ୍ଷା ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ବାଳିକା ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଵିନୋଦ ବିହାରୀ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ସାହୁ ଯୋଗଦେଇଥିଲେ । ବାଳିକା ମାନେ ଆତ୍ମରକ୍ଷା ପାଇଁ ବିଭିନ୍ନ ଶାରୀରିକ କଳାକୌଶଳ ବାବଦରେ ପ୍ରଶିକ୍ଷଣ ନେବା ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ପ୍ରଶିକ୍ଷିକା ଭାବେ ସୌମ୍ୟାରାଣୀ ନାୟକ ବାଳିକା ମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଅଶୋକ କୁମାର ଦାସ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜିକ ଅଧ୍ୟାପିକା ମନୋରମା ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ