ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା) :ବୃନ୍ଦାବତୀ ବିହାର ମହିଳା ସତସଙ୍ଗ ଓ ବାଲିଆ ସରସ୍ୱତୀ ବିଦ୍ୟାମନ୍ଦିରର ମିଳିତ ସହଯୋଗରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ସଭାପତି ସମାଜସେବୀ କାଞ୍ଚନବାଳା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ, ଶ୍ରୀନିକ୍ସ କଲେଜ ଅଧ୍ୟକ୍ଷ ଇଂ ଯଶୋବନ୍ତ ମହାନ୍ତି, ଶିକ୍ଷାବିତ ସୌନ୍ଦର୍ଯ୍ୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନର ଯଥାର୍ଥତା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ବୈଶିଷ୍ଟତା ସମ୍ପର୍କରେ ଆଲୋଚନା କରିଥିଲେ । ସୁସଂଧ୍ୟା ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସୁଶ୍ରୀ ପ୍ରାକ କଥନ ରଖିଥିଲେ । କବିତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


