ରେଞ ଅଫିସରୁ ମାତ୍ର ଏକଶହ ମିଟର ଦୂରରେ ବେଆଇନ ଗଛ କଟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଫରେଷ୍ଟ ରେଞ୍ଜ ଅଫିସରୁ ମାତ୍ର ଏକଶହ ମିଟର ଦୂରରେ ବେଆଇନ ଗଛକଟା କାର୍ଯ୍ୟକ୍ରମ ଚାଲୁ ରହିଛି । ହେଲେ ଏ ନେଇ ବନ ବିଭାଗର କିପରି ନଜର ପଡୁନି ତାହା ସମସ୍ତଙ୍କ ଚକିତ କରିଦେଇଛି । ଏହାକୁ ନେଇ କାଶୀନର ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭିନ୍ନ ଯୋଜନା ଓ ନୂତନ ବନୀକରଣ କରିବା ପାଇଁ ବହୁ ଅନୁଦାନ ଆସୁଛି । ତାହା ଏଠାରେ କାର୍ଯ୍ୟ କାରୀ ହେଉନଥିବା ବେଳେ ଓଲଟି ଥିବା ପୁରାତନ ଜଙ୍ଗଲରେ ଅବାଧ ଗଛକଟା ଚାଲିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ପଚାରିବାରେ କହିଛନ୍ତି ଯେ, ଏନେଇ ମୋ ପାଖକୁ କିଛି ଖବର ନାହିଁ, ତଥାପି ଅନୁସନ୍ଧାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଜଣାଇଛନ୍ତି ।


