ମୋ ସ୍କୁଲ ଅଧ୍ୟକ୍ଷାଙ୍କ ନାଆମୀ ବିଦ୍ୟାଳୟ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନାଆମୀ ସରକାରୀ ଉ ପ୍ରା ବିଦ୍ୟାଳୟକୁ ଆଜି ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗଚି ପରିଦର୍ଶନ କରିଥିବା ଜଣାପଡ଼ିଛି। ବ୍ଲକ ଅଧୀନରେ ଥିବା ନାଆମୀ ବିଦ୍ୟାଳୟଟିର ଭିତ୍ତିଭୂମି ବିକାଶ ପାଇଁ ମୋ ସ୍କୁଲ ଅଭିଯାନରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ବାଗଚି ବିଦ୍ୟାଳୟ ପରିଦର୍ଶନ କରି ଶୈକ୍ଷିକ, ପାରିପାର୍ଶ୍ବିକ ଓ ଉନ୍ନତ ଭିତ୍ତିଭୂମି କାର୍ଯ୍ୟର ଭୁଇଁୟସି ପ୍ରଶଂସା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ସହ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ପ୍ରଣୟ କୁମାର ନାୟକ, ମାୟାଧର ସାହୁ, ବ୍ଲକ ଶିକ୍ଷାଧିକାରୀଣି ମଂଜୁବାଳା ନାୟକ, ବିଦ୍ୟାଳୟ ପୁରାତନ ଛାତ୍ର ତଥା ଭଦ୍ରକ ବିଜୁ ଛାତ୍ର ଜନତା ଦଳ ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପରିଚାଳନା କମିଟି ସଭାପତି ଶାନ୍ତନୁ କୁମାର ଜେନା, ଶିକ୍ଷାବିତ ରାଜକିଶୋର ସାହୁ, ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ପାଢ଼ୀ, ଗୌରାଙ୍ଗ ଜେନା, ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ରାଜେନ୍ଦ୍ରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟକୁ ଅଧ୍ୟକ୍ଷା ପରିଦର୍ଶନ କରିବା ସହ ଭିତ୍ତିଭୂମି ଓ ଶିକ୍ଷାଦାନ ଉପରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ମୋ ସ୍କୁଲ ଅଭିଯାନରେ ନିର୍ମିତ ସୋଲାର ପ୍ୟାନେଲ ଓ ସୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ଅଧ୍ୟକ୍ଷା ଉଦଘାଟନ କରିଥିଲେ। ଶ୍ରୀମତୀ ବାଗଚିଙ୍କ ଉପସ୍ଥିତିରେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଡମ୍ବରୁଧର ରାଉତ ମୋ ସ୍କୁଲ ଅଭିଯାନକୁ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ। ସାଧନ କେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସାମଲ, ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀ, ଆଲମୁନି କମିଟି ସଭାପତି ବ୍ୟୋମକେଶ ସେଠୀ, ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ଗୁଡିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।