ମୋନାର ବାର୍ଷିକ ସମ୍ମିଳନୀ ସମ୍ପର୍କିତ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :‘ମିଳିତ ନିଶା ନିବାରଣ ଅଭିଯାନ (ମୋନା), ବାଲେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପଦେଷ୍ଟା ସୁବ୍ରତ କରଙ୍କ ପ୍ରସ୍ତାବ କ୍ରମେ ନିଶା ନିବାରଣ ପାଇଁ ବ୍ୟାପକ ସଚେତନତା ନିମନ୍ତେ ସରକାରୀ ସହାୟତା ଅଣାଯିବା ନିମନ୍ତେ ଆବେଦନ କରାଯିବାକୁ ସ୍ଥିର ହୋଇଥିଲା । ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତିତ୍ତନିଆଯାଇଥିଲା । ଏଥି ନିମନ୍ତେ ବିଭିନ୍ନ କମିଟିମାନ ମଧ୍ୟ ଗଠନ କରାଯାଇଥିଲା । ଅନ୍ୟତମ ସମ୍ପାଦକ ଗୀତାଞ୍ଜଳି ସିଂହ ଗତ ବୈଠକରେ ମାସିକ ବିବରଣୀ ପାଠ କରିଥିଲେ । ଏହି ବୈଠକରେ ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ, ନିରଞ୍ଜନ ପରିଡ଼ା, ତ୍ରିଦିବ ନାୟକ, କମଳାକାନ୍ତ ଦାଶ, ପ୍ରଣିତା ମିଶ୍ର, ଶ୍ରୀକାନ୍ତ ମହାପାତ୍ର, ସନାତନ ଦାସ, ସୀତାରାମ ପ୍ରଧାନ, ତପନ କୁମାର ପଣ୍ଡା, ଭୂପତି ଭୂଷଣ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ