ଅଖଣ୍ଡ ଶିକାର ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ ନେଇ ବନବିଭାଗର ଜନ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଙ୍କର- ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରା’ଙ୍କ ନିର୍ଦ୍ଧେଶକ୍ରମେ ବହଳଦା ବନାଞ୍ଚଳ ଅଧିକାରୀଣି ଶ୍ରୀମତୀ ସୁମତୀ ପାତ୍ର’ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାରଖାଡିହି, ବାଗେଡିହି, ବୁରୁପଳସା, ରାମଗଡ ଏବଂ ଦୁମାତାଣ୍ଡି ଠାରେ ଅଖଣ୍ଡ ଶିକାର ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ ସମ୍ବନ୍ଧରେ ଜନ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି । ଏହି ଜନ ସଚେତନତା କାର୍ଯ୍ୟକ୍ରମ ଉକ୍ତ ଗ୍ରାମ ଗୁଡିକର ବନ ସୂରକ୍ଷା ସମିତି ସଦସ୍ୟ ଓ ଗ୍ରାମବାସୀ’ଙ୍କୁ ନେଇ ବୈଠକ ମାଧ୍ୟମରେ ସଚେତନ କରାଯିବା ସହ ଶୋଭାଯାତ୍ରାରେ ଆଦିବାସୀ ଏବଂ ଓଡିଆ ଭାଷାରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା ବା ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହଳଦା ବନପାଳ ଜୀତେନ୍ଦ୍ର ବେହେରା, ଜାମଦା ବନପାଳ ଶ୍ରୀମତୀ ମେନକା ନାଏକ, ଝରାଡିହି ବନପାଳ ମହାବୀର ସିଂ ମୁର୍ମୁ, ବନରକ୍ଷୀ ଶୁଭଷ୍ମିତା ଗିରି, ପୁନଗୀ ହାଁସଦାଃ, ମନସିଜ୍ ପ୍ରସାଦ ମହାନ୍ତ, ରାଜେଶ କୁମାର ନାଏକ, ହେମନ୍ତ କୁମାର ହେମ୍ବ୍ରମ ଏବଂ ସମସ୍ତ ସବୁଜ ବାହିନୀ ଫ୍ଲାଗ ମାର୍ଚ୍ଚ ରେ ସାମିଲ ହୋଇ ଜଙ୍ଗଲଜନ୍ତୁ, ବନ୍ୟପ୍ରାଣୀ ଶିକାର ଏବଂ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ