ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ଏନ୍ ଏନ୍ ଏସ୍:ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ଶାଖାର ବାର୍ଷିକ ଉତ୍ସବ “ହାରଭେଷ୍ଟ” ୨୦୨୨ ଓ୍ବିସଡମ୍ ପାର୍କ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ରାଜ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଉଛି ବିକାଶ।କୋଭିଡ୍ ୧୯ ସମୟରେ ମଧ୍ୟ ନିଜ ଶୈର୍ମକ ପ୍ରୟାସ ଜାରି ରଖି ଅନେକ ସଫଳତା ଲାଭ କରିପାରିଛି । ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡି.ଆର୍.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ ,ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ର ସଂସ୍ଥାପକ ଜି.ମୁରଲୀ କ୍ରୀଷ୍ଣା,ପରିଚାଳନା ନିର୍ଦ୍ଦେଶକ ଜି.ଭାସ୍କର ରାଓ,ନିର୍ଦ୍ଦେଶକ ଡି.ବିବେକ, ଡିନ୍ ଶ୍ରୀ ପିତାମ୍ବର ଦାସ,ପରିଚାଳନା ମଣ୍ଡଳୀ ସଦସ୍ୟ ଭି.ବି.ସତ୍ୟନାରାୟଣ, ଏକାଡେମୀ ନିର୍ଦ୍ଦେଶକ ଡି.ବିଜୟ ଏବଂ ଡି.ପଦ୍ମିନୀଙ୍କ ସମେତ ପରିଚାଳନା ମଣ୍ଡଳୀ ଓ ଭବାନୀପାଟଣା ଶାଖାର ସମସ୍ତ ଅଧ୍ୟକ୍ଷ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ନିର୍ଦ୍ଦେଶକ ଡି.ରାମ କୁମାର ସ୍ବାଗତ ଭାଷଣ ଦେଇଥିବା ବେଳେ ବିକାଶ ଆବାସିକ ବିଦ୍ୟାଳୟ ନିର୍ବାହୀ ଅଧ୍ୟକ୍ଷା ଶ୍ରୀମତୀ ତପସ୍ବିନୀ ମିଶ୍ର ବାର୍ଷିକ ବିବରଣି ପାଠ କରିଥିଲେ।ପରିଶେଷରେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ର ନିର୍ଦ୍ଦେଶକ ଡି.ଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।ପରେପରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାର୍ଥିମାନଙ୍କ ଦ୍ୱାରା ହୋଇଥିବା ଉଚ୍ଚକୋଟୀର କଳା ପ୍ରଦର୍ଶନ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା । ଅନୁଷ୍ଠିତ ଏହି ଉତ୍ସବକୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ସଫଳତାର ସହିତ ସହଯୋଗ କରିଥିଲେ ।


