ଉଲେଖନୀୟ ହୋମିଓପାଥିକ ଚିକିତ୍ସା ପାଇଁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :-ଡାକ୍ତର ହ୍ୟାନିମେନଙ୍କ ୧୭୯ତମ ଜୟନ୍ତୀ ଅବସରରେ ଓଡ଼ିଶା ହୋମିଓପାଥିକ ଆସୋସିଏସନର ୭ମ ବାର୍ଷିକ ଉତ୍ସବ କଟକ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ଉଲେଖନୀୟ ଅବଦାନ ୧୪ଜଣ ବରିଷ୍ଠ ଚିକିତ୍ସକଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବାଲେଶ୍ୱରର ଡାକ୍ତର ପରେଶ ଚନ୍ଦ୍ର ସିଂ ଓ ମହେଶ୍ୱର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ ସେବା ମନୋବୃତ୍ତିକୁ ଆହୁରି ସୁଦୃଢ଼ କରିବ ବୋଲି ଉଭୟ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ