କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ଭାଜପା ଶିବିର ଚଳଚଞ୍ଚଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ ଗସ୍ତକୁ ନେଇ ଜିଲ୍ଲା ଭାଜପା ଶିବିର ଚଳଚଞ୍ଚଳ ହୋଇ ଉଠିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ଆକାଂକ୍ଷା ଜିଲ୍ଲା ଭାବେ ଗଜପତି ଜିଲ୍ଲା ପରିଗଣିତ ହେଉ ଅଛି । ଏହାକୁ ପରିଦର୍ଶନ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଭିନ୍ନ ଆକାଂକ୍ଷା ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା ବୈଠକ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ କେନ୍ଦ୍ର ଖାଦ୍ୟ ଉତ୍ପାଦନ ଶିଳ୍ପ ତଥା ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲଲାଦ ସିଂ ପଟେଲ ଗସ୍ତ କରିବେ । ସେ ଆଜି ରାତ୍ର ସମୟରେ ପାରଳାଖେମୁଣ୍ଡି ଠାରେ ପହଞ୍ଚି ରହଣି ପରେ ମଙ୍ଗଳବାର ଦିନ ରାଜଦାଣ୍ଡ ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷ ଠାରେ ଆକାଂକ୍ଷା ଜିଲ୍ଲାର ସମୀକ୍ଷା ବୈଠକରେ ଯୋଗଦେଇ ଗୋଷାଣୀ ବ୍ଲକ କେରାଣ୍ଡି ଗ୍ରାମପଞ୍ଚାୟତ ପରିଦର୍ଶନରେ ଯାଇ ସେ ଫେରିବାର କାର୍ଯ୍ୟକ୍ରମ ସୂଚନା ରହିଛି । ଦଳୀୟ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ଭାଜପା ଶିବିର ଚଳଚଞ୍ଚଳ ହୋଇପଡିଥିବା ବେଳେ ସମୀକ୍ଷା ବୈଠକକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ହୋଇପଡିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ